Categories: ଜାତୀୟ

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୯୭ ତେଜସ ବିମାନ ଏବଂ ୧୫୬ ପ୍ରଚଣ୍ଡ ହେଲିକପ୍ଟର କିଣିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୩୦।୧୧: ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୯୭ଟି ତେଜସ ଲଢୁଆ ବିମାନ ଏବଂ ୧୫୬ ଟି ପ୍ରଚଣ୍ଡ ହେଲିକାପ୍ଟର କିଣିବାକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ସେନା ସହିତ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଥିବା କମ୍ପାନୀ ଗୁଡିକର ମଧ୍ୟ ଫାଇଦା ହେବ। ଏହି ଦୁଇ ସ୍ବଦେଶୀ ବିମାନ ଭାରତରେ ବିକଶିତ ହୋଇଛି ଏବଂ ଏହି କାରବାରଗୁଡ଼ିକର ମୂଲ୍ୟ ପ୍ରାୟ ୧.୧ ଲକ୍ଷ କୋଟି ହେବ।

ଭାରତୀୟ ବାୟୁସେନା ପାଇଁ ତେଜସ୍ ମାର୍କ ୧- ଏ ଲଢୁଆ ବିମାନ ଏବଂ ସ୍ଥଳସେନା ପାଇଁ ପ୍ରଚଣ୍ଡ ହେଲିକପ୍ଟର କିଣାଯିବ। ଏହା ସହିତ ପରିଷଦ ଅତିରିକ୍ତ ଡିଲ୍ ମଧ୍ୟ ଅନୁମୋଦନ କରିଛନ୍ତି, ଯାହାର ମୋଟ ମୂଲ୍ୟ ପ୍ରାୟ 2 ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି।

ଏହି ଡିଲ୍ ପୂରଣ ହୁଏ, ତେବେ ଏହା ହେଉଛି ସର୍ବ ବୃହତ ଅର୍ଡର ବୁକ୍ ଯାହା ସ୍ୱଦେଶୀ ଉତ୍ପାଦକମାନେ ଭାରତ ଇତିହାସରେ ପାଇଛନ୍ତି। ବର୍ତ୍ତମାନ ଯାହା ଅନୁମୋଦନ ହୋଇଛି, ତାହା ହେଉଛି ଏକ ସେନାର ଆବଶ୍ୟକତାକୁ ସ୍ୱୀକାର କରିବା ଏବଂ ଏହା ପରେ ନିର୍ମାତାମାନଙ୍କ ସହିତ ଚୁକ୍ତିନାମା ବୁଝାମଣା ହେବ। ଏହା ସମୟ ଲାଗିବ କିନ୍ତୁ ଯଦି ବିଦେଶୀ ନିର୍ମାତାମାନେ ଏଥିରେ ସାମିଲ ହୋଇଥାନ୍ତେ ତା’ହେଲେ ଏହି ଅବଧି ବହୁତ କମ୍ ହୋଇପାରେ।

 

Share