Categories: ଖେଳ

‘ପ୍ରିୟ ନରେନ୍ଦ୍ର ମୋଦି ସାର୍‌…’ ବିଶ୍ୱକପ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ, ଏମିତି କୃତଜ୍ଞତା ଜଣାଇଲେ କୋହଲି

ନୂଆଦିଲ୍ଲୀ,୨।୭: ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ବିରାଟ କୋହଲଙ୍କର ବଡ ଅବଦାନ ରହିଛି। ସମଗ୍ର ଟୁର୍ଣ୍ଣାମେଣ୍ଟରେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିବା କୋହଲି ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଇନିଂସ ଖେଳିଥିଲେ। ଏହା ପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋହଲିଙ୍କୁ ‘ଏକ୍ସ’ ମାଧ୍ୟମରେ ଅଭିନନ୍ଦନ ଜଣାଇବା ସହ କୋହଲି ନୂତନ ପିଢିର ଖେଳାଳିଙ୍କୁ ପ୍ରେରଣା ଯୋଗାଇବେ ବୋଲି ମଧ୍ୟ କହିଥିଲେ। ଏବେ ଭାରତୀୟ ପୂର୍ବତନ ଅଧିନାୟକ କୋହଲି ମଧ୍ୟ ଏହାର ଜବାବରେ ଟୁଇଟ କରି ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି।
ଧନ୍ୟବାଦ ଜଣାଇ ସେ ଲେଖିଛନ୍ତି, ‘ପ୍ରିୟ ନରେନ୍ଦ୍ର ମୋଦି ସାର୍‌, ମୋତେ ସର୍ବଦା ସମର୍ଥନ କରି ଉତ୍ସାହିତ କରିଥିବାରୁ ଧନ୍ୟବାଦ। ଟି-୨୦ ବିଶ୍ୱକପ ଘରକୁ ଆଣିଥିବା ଏହି ଭାରତୀୟ ଦଳର ଅଂଶ ହେବା ଗୌରବର ବିଷୟ। ଏହି ବିଜୟ ସହିତ ସମସ୍ତ ଦେଶବାସୀ ପାଇଥିବା ଖୁସିରେ ଆମେ ପ୍ରଭାବିତ ଏବଂ ଅଭିଭୁତ।’

Share