Categories: ଜାତୀୟ

ଡିଅର ପ୍ରଫେସର ଘୋଷ…ଆରଜିକର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମମତା! ଭାଇରାଲ ହେଉଛି ଚିଠି

କୋଲକାତା,୨୪।୮: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଦ୍ୱନ୍ଦ୍ୱରୁ ପରଦା ହଟୁଛି। ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ଏହି ସମୟରେ, ସିଏମ ମମତା ବାନାର୍ଜୀଙ୍କର ଏକ ସ୍ବତନ୍ତ୍ର ଚିଠି ଭାଇରାଲ ହୋଇଛି ଯେଉଁଥିରେ ମମତା ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

ମମତା ଚିଠିରେ ଲେଖିଛନ୍ତି, ପ୍ରିୟ ପ୍ରଫେସର ଘୋଷ, ଆପଣଙ୍କ ଜନ୍ମଦିନରେ ମୋର ଅଭିବାଦନ ଗ୍ରହଣ କର। ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେଉ। ଆପଣଙ୍କ ଜୀବନ ସୁଖମୟ ହେଉ। ଆପଣ ସୁସ୍ଥ, ଖୁସି ରୁହନ୍ତୁ ଏବଂ ଜୀବନରେ ସଫଳତା ହାସଲ କରନ୍ତୁ।

ସୂଚନାଥାଉ କି, ମମତାଙ୍କ ଏହି ଚିଠି ୨୦୨୨ ମସିହାର। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଡାକ୍ତରଙ୍କ ହତ୍ୟା ମାମଲାରେ ଡକ୍ଟର ସନ୍ଦୀପ ଘୋଷଙ୍କ ଉପରେ ସିବିଆଇ କଡାକଡି ନଜର ରଖିଛି। ଏବେ ଆର୍ଥିକ ଅନିୟମିତତାକୁ ନେଇ ସିବିଆଇ ସନ୍ଦୀପଙ୍କ ନାଁରେ ମାମଳା ରୁଜୁ କରିଛି। ଯାହାକୁ ନେଇ ସେ ଗିରଫ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share