ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୦.୫୩ %

ଭୁବନେଶ୍ୱର:  ଦେଶର ବିଭିନ୍ନ ବର୍ଗର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ସୂଚୀ ଅନୁସାରେ ୨୦୨୧ ଜାନୁୟାରୀରେ ଏହା ୧୧୮.୨ ପଏଣ୍ଟ ରହିଥିଲା। ଫେବୃୟାରୀରେ ଏହା ୦.୮% ବୃଦ୍ଧି ପାଇ ୧୧୯.୦ ପଏଣ୍ଟରେ ରହିଛି। ସେହିଭଳି ଓଡ଼ିଶାର ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୫.୪ ପଏଣ୍ଟରେ ଥିବା ବେଳେ ଫେବୃୟାରୀ ଏହା ୧.୦ ପଏଣ୍ଟ ବଢି ୧୨୬.୪ ପଏଣ୍ଟ ହୋଇଛି। ସେହିପରି କଟକରେ ମଧ୍ୟ ୧୨୪.୬ ଥିଲା ବେଳେ ଏହା ୧.୭ ପଏଣ୍ଟ ବୃଦ୍ଧି ଘଟି ଫେବୃୟାରୀରେ ୧୨୬.୩ ପଏଣ୍ଟରେ ପହଞ୍ଚତ୍ଛି। କେନ୍ଦୁଝରରେ ମଧ୍ୟ ଏହା ୧୨୪.୮ ପଏଣ୍ଟରେ ରହିଥିଲା। ଫେବୃୟାରୀରେ ଏହା ୦.୭ ପଏଣ୍ଟ ବଢି ୧୨୫.୫ ପଏଣ୍ଟ ହୋଇଛି।
ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ବର୍ତ୍ତମାନ ୧୭୧.୬% ଭତ୍ତା ପାଉଛନ୍ତି। ବର୍ତ୍ତମାନ ଏହା ୧.୦୭% କମି ୧୭୦.୫୩% ରେ ପହଞ୍ଚତ୍ଛି। ଏହି ରାଶିକୁ ସେମାନେ ଏପ୍ରିଲ ପହିଲାରୁ ପାଇପାରିବେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସମୟରେ ବ୍ୟାଙ୍କ କର୍ମଚାରୀମାନେ ୮୫.୨% ଭତ୍ତା ପାଉଛନ୍ତି। ଏହି ଭତ୍ତା ସଂଶୋଧିତ ହାର ଅନୁସାରେ ୨୫.୪୧% ମେ’ପହିଲା ଠାରୁ ପାଇବେ ବୋଲି ଜଣାପଡ଼ିଛି। ବୀମା କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ସମୟରେ ୭୮.୫% ପାଉଥିବା ବେଳେ ଏହା ୧.୦୭% ହ୍ରାସ ପାଇଛି। ଫଳରେ ସେମାନେ ୭୭.୪୩% ମେ ପହିଲାରୁ ପାଇପାରିବେ। ସରକାରୀ କର୍ମଚାରୀ ବର୍ତ୍ତମାନ ସମୟରେ ୧୭% ଭତ୍ତା ପାଉଛନ୍ତି। ଏହା ଆଉ ୧୪% ବୃଦ୍ଧି ପାଇ ୩୧% ହୋଇଛି। ଏହି ବୃଦ୍ଧି ପରିମାଣ ରାଶିକୁ ସେମାନଙ୍କୁ ୨୦୨୦ ଜାନୁୟାରୀରେ ୪%, ୨୦୨୦ ଜୁଲାଇରୁ ୩% ଏବଂ ୨୦୨୧ ଜାନୁୟାରୀରେ ୪% ଏବଂ ଜୁଲାଇରେ ବଳକା ୩ % ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ...

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ...

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ...

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ...

ଲାଇଫ୍‌ ଷ୍ଟାଇଲର ସେଲ୍‌ ଅଫ୍‌ ଦି ସିଜନ

ନୂଆଦିଲ୍ଲୀ,୨୧।୧୨: ଲାଇଫ୍‌ ଷ୍ଟାଇଲର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ‘ସେଲ୍‌ ଅଫ୍‌ ଦି ସିଜନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସ୍ବତନ୍ତ୍ର ବିକ୍ରୟ ଅଫର...

ବିଆଇଏସ୍‌ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ୨ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ...

ଓରେରାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ର ନୂତନ ୱେବ୍‌ସାଇଟ୍‌ https://rera.odisha.gov.in ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓରେରା ସଂସ୍କରଣ ୨.୦ର...

ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ,୨୧।୧୨: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଏବଂ ୟୁଏସ୍‌ ଫେଡେରାଲର ସୁଧହାର ହ୍ରାସର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାକେର୍ଟ କାରବାରରେ ଦେଖିବାକୁ ମିଳୁଛି। ଏପରିକି ଭାରତୀୟ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri