ଭୁବନେଶ୍ୱର: ଦେଶର ବିଭିନ୍ନ ବର୍ଗର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ସୂଚୀ ଅନୁସାରେ ୨୦୨୧ ଜାନୁୟାରୀରେ ଏହା ୧୧୮.୨ ପଏଣ୍ଟ ରହିଥିଲା। ଫେବୃୟାରୀରେ ଏହା ୦.୮% ବୃଦ୍ଧି ପାଇ ୧୧୯.୦ ପଏଣ୍ଟରେ ରହିଛି। ସେହିଭଳି ଓଡ଼ିଶାର ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୫.୪ ପଏଣ୍ଟରେ ଥିବା ବେଳେ ଫେବୃୟାରୀ ଏହା ୧.୦ ପଏଣ୍ଟ ବଢି ୧୨୬.୪ ପଏଣ୍ଟ ହୋଇଛି। ସେହିପରି କଟକରେ ମଧ୍ୟ ୧୨୪.୬ ଥିଲା ବେଳେ ଏହା ୧.୭ ପଏଣ୍ଟ ବୃଦ୍ଧି ଘଟି ଫେବୃୟାରୀରେ ୧୨୬.୩ ପଏଣ୍ଟରେ ପହଞ୍ଚତ୍ଛି। କେନ୍ଦୁଝରରେ ମଧ୍ୟ ଏହା ୧୨୪.୮ ପଏଣ୍ଟରେ ରହିଥିଲା। ଫେବୃୟାରୀରେ ଏହା ୦.୭ ପଏଣ୍ଟ ବଢି ୧୨୫.୫ ପଏଣ୍ଟ ହୋଇଛି।
ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ବର୍ତ୍ତମାନ ୧୭୧.୬% ଭତ୍ତା ପାଉଛନ୍ତି। ବର୍ତ୍ତମାନ ଏହା ୧.୦୭% କମି ୧୭୦.୫୩% ରେ ପହଞ୍ଚତ୍ଛି। ଏହି ରାଶିକୁ ସେମାନେ ଏପ୍ରିଲ ପହିଲାରୁ ପାଇପାରିବେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସମୟରେ ବ୍ୟାଙ୍କ କର୍ମଚାରୀମାନେ ୮୫.୨% ଭତ୍ତା ପାଉଛନ୍ତି। ଏହି ଭତ୍ତା ସଂଶୋଧିତ ହାର ଅନୁସାରେ ୨୫.୪୧% ମେ’ପହିଲା ଠାରୁ ପାଇବେ ବୋଲି ଜଣାପଡ଼ିଛି। ବୀମା କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ସମୟରେ ୭୮.୫% ପାଉଥିବା ବେଳେ ଏହା ୧.୦୭% ହ୍ରାସ ପାଇଛି। ଫଳରେ ସେମାନେ ୭୭.୪୩% ମେ ପହିଲାରୁ ପାଇପାରିବେ। ସରକାରୀ କର୍ମଚାରୀ ବର୍ତ୍ତମାନ ସମୟରେ ୧୭% ଭତ୍ତା ପାଉଛନ୍ତି। ଏହା ଆଉ ୧୪% ବୃଦ୍ଧି ପାଇ ୩୧% ହୋଇଛି। ଏହି ବୃଦ୍ଧି ପରିମାଣ ରାଶିକୁ ସେମାନଙ୍କୁ ୨୦୨୦ ଜାନୁୟାରୀରେ ୪%, ୨୦୨୦ ଜୁଲାଇରୁ ୩% ଏବଂ ୨୦୨୧ ଜାନୁୟାରୀରେ ୪% ଏବଂ ଜୁଲାଇରେ ବଳକା ୩ % ମିଳିବ ବୋଲି ଜଣାପଡିଛି।