Categories: ଜାତୀୟ

ଆଜି କ୍ୟାବିନେଟ ବୈଠକ, ମହଙ୍ଗା ଭତ୍ତା ଉପରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୩: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଦିଆଯାଏ। ସରକାରୀ ନିୟମ ଅନୁଯାୟୀ ମହଙ୍ଗା ଭତ୍ତା ଜାନୁଆରୀ ପହିଲା ଏବଂ ଜୁଲାଇ ପହିଲାରେ ଦିଆଯାଏ। ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ସରକାର ମହଙ୍ଗା ଭତ୍ତା ଉପରେ କିଛି ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି କି ମହଙ୍ଗା ଭତ୍ତା ୩ କିମ୍ବା ୪ ପ୍ରତିଶତକୁ ବୃଦ୍ଧି କରାଯାଇପାରେ। ବର୍ତ୍ତମାନ ଏହା ୩୮ ପ୍ରତିଶତ ରହିଛି।

Share