କରୋନାରେ ଆଖିବୁଜିଲେ ୧୫ ବର୍ଷୀୟ ବାଳକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜ୍ୟରେ କରୋନା ପୁଣି ତା’ର କାୟା ମେଲାଇଲାଣି। ରବିବାର କରୋନା ଜଣେ ୧୫ ବର୍ଷୀୟ ବାଳକଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି। ମୃତକ ଜଣକ ଖୋର୍ଦ୍ଧା ଜିଲାର। ସେ ବି ସେଲ୍‌ ଲିମ୍ଫୋମା ରୋଗରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୧୭ରେ ପହଞ୍ଚିଥିବା ବେଳେ ୩,୩୬,୦୬୬ ଜଣ ସୁସ୍ଥ ହୋଇଛନ୍ତି। ୭୭୯ ଜଣ ଚିକିିତ୍ସିତ ହେଉଛନ୍ତି।

Share