କୋଭିଡ୍‌ ଟିକା ପରେ ମୃତ୍ୟୁ

ତରବୋଡ଼/ନୂଆପଡ଼ା ଅଫିସ, ୨୭।୧: କୋଭିଡ୍‌ ଟିକା କୋଭାକ୍ସିନ ନେବାର ୨ ଦିନ ପରେ ଜଣେ ହସ୍ପିଟାଲ ସୁରକ୍ଷା କର୍ମଚାରୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ କରି ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ନାନକରାମ କେଉଁଟ (୨୬)। ଟିକା ଯୋଗୁ ହିଁ ନାନକରାମଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେଣୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ନାନକରାମଙ୍କ ପରିବାରବର୍ଗଙ୍କ ସହ ଡାକ୍ତରଖାନାରେ କାର୍ଯ୍ୟରତ ସୁରକ୍ଷା କର୍ମୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଧାରଣା ଦେଇଥିଲେ। ଆଉ ଜଣେ ସୁରକ୍ଷା କର୍ମଚାରୀ ରାଜଶ୍ରୀ ତାଣ୍ଡି ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ନୂଆପଡ଼ା ମୁଖ୍ୟ ଚିକିତ୍ସା ଅଧିକାରୀ କାଳିପ୍ରସାଦ ବେହେରା କହିଛନ୍ତି ଯେ, ପରିବାର ଲୋକେ କରୋନା ଟିକା ଦେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ କେଉଁ କାରଣରୁ ମୃତ୍ୟୁ ଘଟିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଅନ୍ୟପକ୍ଷେ ଜିଲା କୋଭିଡ୍‌ ଟିକାକରଣ କାର୍ଯ୍ୟକମର ମୁଖପାତ୍ର ବିନୋଦ ବିହାରୀ ରଥ କହିଛନ୍ତି ଯେ, ଟିକା ପାଇଁ ମୃତ୍ୟୁ ହୋଇନାହିଁ। ମୃତ ଯୁବକଙ୍କ ରକ୍ତହୀନତା ହେତୁ ରକ୍ତବାନ୍ତି ହୋଇଥିଲା। ତାଙ୍କୁ ଜିଲା ସ୍ବସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ରକ୍ତ ମଧ୍ୟ ଦିଆଯାଇଥିଲା ବୋଲି ରଥ କହିଛନ୍ତି।
ସଦର ଥାନା ଟାନୱାଟ ପଞ୍ଚାୟତ ଦିଆନମୁଣ୍ଡା ଗାଁର ନାନକରାମ ଗତ ୨ ମାସ ହେଲା ନୂଆପଡା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ। ଗତ ୨୩ ତାରିଖରେ ନୂଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ନାନକରାମ କୋଭାକ୍ସିନ ଟିକା ନେଇଥିଲେ। ପୂର୍ବରୁ ତାଙ୍କର କିଛି ରୋଗ ଜଣା ପଡୁ ନ ଥିଲା। ଟିକା ନେବାଦିନଠାରୁ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେ ଅସୁସ୍ଥ ଅନୁଭବ କରିଥିଲେ ମଧ୍ୟ ଡ୍ୟୁଟି କରୁଥିଲେ। ସୋମବାର ଡ୍ୟୁଟି ସମୟରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କେତେଜଣ କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରକ୍ତବାନ୍ତି ହେବାରୁ ଡାକ୍ତର ତାଙ୍କୁ ଶୀଘ୍ର ବୁର୍ଲା ବଡ଼ ଡାକ୍ତରଖାନା ନେବାକୁ କହିଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହ ନୂଆପଡ଼ା ପହଞ୍ଚତ୍ବା ପରେ କ୍ଷତିପୂରଣ ନ ମିଳିବା ଯାଏ ବ୍ୟବଚ୍ଛେଦ କରାଇ ଦେବୁ ନାହିଁ ବୋଲି ନାନକରାମଙ୍କ ପରିବାରବର୍ଗ, ସୁରକ୍ଷା କର୍ମଚାରୀ ସଂଘ ଓ କେତେଜଣ ସାମାଜିକ କର୍ମୀ ଧାରଣା ଦେଇଥିଲେ। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ପହଞ୍ଚତ୍ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଓ ସିକ୍ୟୁରିଟି ସଂସ୍ଥାରୁ ୨୫ ହଜାର ଟଙ୍କା ପରିବାର ଲୋକଙ୍କୁ ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଅନ୍ୟପକ୍ଷରେ ନାନକରାମଙ୍କ ରକ୍ତହୀନତା ଯୋଗୁ ମୃତ ହୋଇଛି ବୋଲି ଡାକ୍ତର କହୁଥିବା ବେଳେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଯଦି ସେ ରୋଗରେ ପୀଡ଼ିତ ଥିଲେ, ତେବେ କାହିଁକି ବିନା ଚେକଅପ୍‌ରେ ଟିକା ଦିଆଗଲା ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ ଯେ, ନାନକରାମଙ୍କ ବିବାହ ଆସନ୍ତା ଫେବୃୟାରୀ ୧୯ରେ ହେବାକୁ ସ୍ଥିର ହୋଇଥିଲା ବୋଲି ତାଙ୍କ ବଡ଼ଭାଇ ରୋହିତ କେଉଁଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri