କବି, କାହାଣୀକାର, ଗୀତିକାର, ସଂଗୀତକାର, ନାଟ୍ୟକାର ତଥା ଚିତ୍ରକାର ରବୀନ୍ଦ୍ରନାଥ ଟାଗୋରଙ୍କର ଅଗଷ୍ଟ ୭ ହେଉଛି ଶ୍ରାଦ୍ଧ ବାର୍ଷିକୀ। ୧୯୪୧ରେ କୋଲକାତାରେ ତାଙ୍କର ଦେହାନ୍ତ ହୋଇଥିଲା। ଆମ ଦେଶ ସମେତ ବାଂଲାଦେଶ ଏବଂ ଶ୍ରୀଲଙ୍କା ପାଇଁ ଜାତୀୟ ସଂଗୀତ ଲେଖିଥିଲେ ଟାଗୋର।
ରବୀନ୍ଦ୍ରନାଥ କଲିକତାର ଜୋରାସାଙ୍କୋ ଠାକୁରବାଡୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଦେବେନ୍ଦ୍ରନାଥ ଟାଗୋର ଜଣେ ଜଣାଶୁଣା ସାମାଜିକ ସଂସ୍କାରକ ଥିଲେ। ସେ ସେଣ୍ଟ ଜାଭିୟର ସ୍କୁଲରେ ଅଧ୍ୟୟନ କରିଥିଲେ। ଲଣ୍ଡନରେ ଆଇନ ଅଧ୍ୟୟନ କରିଥିଲେ ମଧ୍ୟ ଟାଗୋର ଡିଗ୍ରୀ ନ ନେଇ ଫେରିଯାଇଥିଲେ।