ବିଲରେ ଲରେ କାମ କରୁଥିବା ବେଳେବଜ୍ରପାତରେ ଜୀବନଗଲା

ହାଟଡ଼ିହୀ,୩୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପଦ୍ମନାଭ ପହି (୬୬)। ପଦ୍ମନାଭ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ବିଲରେ ଉପସ୍ଥିତ ଲୋକେ ତାଙ୍କୁ ପ୍ରଥମେ ହାଟଡ଼ିହୀ ଓ ପରେ ଆନନ୍ଦପୁର ଉପଖଣ୍ଡ ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନନ୍ଦିପଦା ପୋଲିସ ଉପଖଣ୍ଡ ମେଡିକାଲରେ ପହଞ୍ଚତ୍ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା (ନଂ. ୧୬/୨୦୨୩)ରୁଜୁ କରିଛି।