Categories: ଫୁରସତ

କସ୍‌ମେଟିକ୍‌ ସର୍ଜରିରୁ ମୃତ୍ୟୁ

ୱାଶିଂଟନ୍‌: ସୁନ୍ଦର ଦେଖାଯିବା ପାଇଁ ଆମେରିକାର ଜଣେ ମହିଳା ତାଙ୍କ କସ୍‌ମେଟିକ୍‌ ସର୍ଜରି କରିଥିଲେ। କିନ୍ତୁ କିଛିଦିନ ମଧ୍ୟରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକାଗୋର ମହିଳା ସୁକ୍ରେତା ଟାଲିବର୍‌ ତାଙ୍କ କସ୍‌ମେଟିକ୍‌ ସର୍ଜରି ପାଇଁ ୧୨ ଡିସେମ୍ବରରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅପରେଶନର କିଛି ସମୟ ପରେ ତାଙ୍କ ଅନ୍ତଃ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ସେଥିପାଇଁ ତାଙ୍କ ପରିବାର ତାଙ୍କୁ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଡାକ୍ତରମାନେ ତାଙ୍କ ମୃତ୍ୟୁର କାରଣ ଅନ୍ତଃ ରକ୍ତସ୍ରାବ ବୋଲି କହିଛନ୍ତି। ଏପରି ସର୍ଜରି ବହୁତ ବିପଦପୂର୍ଣ୍ଣ ହୋଇଥାଏ। ତେବେ ଏହି ସର୍ଜରିରେ ଲକ୍ଷେରେ ୨୦ ଜଣଙ୍କ ଏହିପରି ମୃତ୍ୟୁ ହେଉଥିବା ଜଣାପଡିଛି।

Share