ଅବକାରୀ ହେପାଜତରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ଚୌଦ୍ୱାର,୨୨।୧୨(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ଗ୍ରାମର ଶରତ ପ୍ରଧାନ ମଙ୍ଗଳବାର ଅପରାହ୍ନରେ ଗୁରୁଡ଼ିଝାଟିଆ ଥାନା କୁମାରପୁର-ବଳିପୁର ରାସ୍ତାରେ ଠିଆହୋଇଥିଲେ। ଏହି ସମୟରେ ଅବକାରୀ ବିଭାଗର ପାଟ୍ରୋଲିଂ ଟିମ୍‌ ତାଙ୍କ ଆଡ଼କୁ ଆସିବାରୁ ସେ ଭୟରେ ଦୌଡ଼ି ପଳାଇ ଯାଇଥିଲେ। ତେବେ ଅବକାରୀ କର୍ମଚାରୀ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ୮୦ଲିଟର ମହୁଲି ମଦ ଜବତ କରିବା ସହିତ ତାଙ୍କୁ ଚୌଦ୍ୱାରସ୍ଥିତ ଅବକାରୀ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ବୁଧବାର ତାଙ୍କୁ କୋର୍ଟଚାଲାଣ କରାଯାଇଥାନ୍ତା। ତେବେ ବିଳମ୍ବିତ ରାତିରେ ତାଙ୍କ ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ରାତି ପ୍ରାୟ ୧୦ଟା ସମୟରେ ଶରତଙ୍କ ଭାଇ ଭରତ ଓ ଜନୈକ ଓକିଲ ତାଙ୍କୁ କାର୍ଯ୍ୟାଳୟରେ ଭେଟିବା ସହିତ କିଛି ଔଷଧ ଓ କିଛି ଖାଦ୍ୟ ଦେଇ ଘରକୁ ଚାଲି ଯାଇଥିଲେ। ରାତି ୧୧ଟାରେ ଶରତଙ୍କ ଓକିଲ ଫୋନ୍‌ ଯୋଗେ ଭରତଙ୍କୁ ତୁମ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଅବକାରୀ କର୍ମଚାରୀ କଟକ ବଡ଼ ଡାକ୍ତରଖାନା ନେଇଥିବା କହିଥିଲେ। ଡାକ୍ତରଖାନାରେ ପହଞ୍ଚତ୍ବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭରତ ଡାକ୍ତରଖାନାରେ ପହଞ୍ଚତ୍ ଶରତଙ୍କ ଗୋଡ଼ର ଆଙ୍ଗୁଠିରେ ଗଭୀର କ୍ଷତ ଥିବା ଦେଖିଥିଲେ। ତାଙ୍କ ଭାଇଙ୍କୁ ଅବକାରୀ ବିଭାଗ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ସନ୍ଦେହ କରି ଚୌଦ୍ୱାର ଥାନାରେ ଭରତ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଚୌଦ୍ୱାର ଅବକାରୀ ଅଧିକାରୀ ଦୁର୍ଯ୍ୟୋଧନ ଦିଗଲ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଡିସେମ୍ବର ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଛୁଟିରେ ଅଛନ୍ତି। ତଥାପି ଏହି ଘଟଣା ଶୁଣିବା ପରେ କର୍ମଚାରୀଙ୍କ ସହିତ ଯୋଗାଯୋଗ କରି ମୃତ ଶରତଙ୍କ ଉଚ୍ଚ ରକ୍ତଚାପ ଥିବା ହେତୁ ତାଙ୍କର ଏଭଳି ପରିସ୍ଥିତି ହୋଇଥିବା କହିଛନ୍ତି। ତାଙ୍କୁ କୌଣସି କର୍ମଚାରୀ ବାଡ଼ାବାଡ଼ି କରି ନ ଥିବା କହିବା ସହିତ ହୃଦ୍‌ଘାତ କିମ୍ବା ରକ୍ତଚାପ ହେତୁ ତାଙ୍କର ମୃତ୍ୟୁ ହୋଇଥାଇ ପାରେ। ଏନେଇ ମଙ୍ଗଳବାଗ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୭୫୮/୨୦୨୨) ରୁଜୁ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅବକାରୀ ଅଧିକାରୀ ଦିଗଲ କହିଛନ୍ତି। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ମହିଁସାଲଣ୍ଡାର ଶତାଧିକ ଗ୍ରାମବାସୀ ସନ୍ଧ୍ୟାରେ ୫୫ ନମ୍ବର ଜାତୀୟ ରାଜପଥର ଓଟିଏମ୍‌ ଛକ ପରିବା ବଜାର ନିକଟରେ ରାସ୍ତା ଅବରୋଧ କରିବାବେଳେ କଟକ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁ ଓ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚତ୍ ନାରାୟଣ ପତି ୨ ପ୍ଲାଟୁନ୍‌ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରି ରାସ୍ତାରୋକୋରୁ ବିରତ କରାଇଥିଲେ। ଶରତଙ୍କ ନାମରେ ପୂର୍ବରୁ କୌଣସି ଆପରାଧିକ ମାମଲା ନ ଥିବା ଅବକାରୀ ପୋଲିସ ସୂଚନା ଦେଇଛି। ମୃତ ଶରତଙ୍କ ଗୋଟିଏ ଛୋଟ ବିକଳାଙ୍ଗ ପୁଅ ଓ ଗୋଟିଏ ଝିଅ ଥିବାବେଳେ ସେମାନଙ୍କ ଭରଣପୋଷଣ ଦାୟିତ୍ୱ ନେବା, କ୍ଷତିପୂରଣ ବାବଦ ୫ଲକ୍ଷ ଟଙ୍କା ପ୍ରଦାନ ଓ ଶରତଙ୍କ ପନତ୍ୀଙ୍କୁ ଚାକିରି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏସିପି ସ୍ବାଇଁଙ୍କ କହିବା ହେଲା ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ୍‌ ଅନୁସାରେ ଇନ୍‌କ୍ୱାରୀ ଚାଲିଛି। ମୃତକଙ୍କ ଭାଇ କରିଥିବା ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି।

Share