୨୦୧୦ ମସିହାରେ ହ୍ରିତିକ୍ ରୋଶନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ଗୁଜରିଶ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ହ୍ରିତିକ୍ ଜଣେ ଆର୍ଟିଷ୍ଟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଭୂମିକା ଥିଲା ଯିଏ ଗମ୍ଭୀର ଅସୁସ୍ଥତା ହେତୁ ବଞ୍ଚିବାର ଆଶା ଛାଡ଼ି ମରିବାକୁ ଚାହାନ୍ତି। ଇଚ୍ଛାମୃତ୍ୟୁର ଏହ ପ୍ରକ୍ରିୟାକୁ ୟୁଥନେସିଆ ମଧ୍ୟ କୁହାଯାଏ। ବର୍ତ୍ତମାନ ଲୋକମାନଙ୍କୁ ସମ୍ମାନଜନକ ମୃତ୍ୟୁ ଦେବାର ସଂକଳ୍ପ ହେତୁ ଡକ୍ଟର ଫିଲିପ ନିଶ୍କେ ଚର୍ଚ୍ଚାରେ ଅଛନ୍ତି।
ଡକ୍ଟର ଫିଲିପ୍ କିଛି ବର୍ଷ ପୂର୍ବେ ଆମଷ୍ଟରଡ୍ରମରେ ଥିବା ଫ୍ୟୁନରାଲ ମେଳାରେ ଏକ ଡେଥ୍ ମେଶିନ ଡେବ୍ୟୁ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ମେଶିନରେ ଏକ ବିଶେଷ ବୈଶିଷ୍ଟ୍ୟ ମଧ୍ୟ ଯୋଗ କରାଯାଇଛି। ଏହି ମେଶିନ ପ୍ରଥମେ କେବଳ ସେହି ଲୋକମାନଙ୍କ ପାଇଁ ଥିଲା ଯେଉଁମାନେ ମରିବାକୁ ଚାହାନ୍ତି। କିନ୍ତୁ ଏହା ଭର୍ଚୁଆଲ ଟେକ୍ନୋଲୋଜି ସହିତ ଲୋକମାନେ ବର୍ତ୍ତମାନ ସେମାନଙ୍କର ମୃତ୍ୟୁ ନିଜେ ଦେଖିପାରିବେ।
ଏହି ମେଶିନ ଜରିଆରେ ମରିବା ପୂର୍ବରୁ ନିଜର ମୃତ୍ୟୁ ଦେଖିପାରିବେ। ଫିଲିପ୍ କହିଛନ୍ତି, ଏଥିରେ ଏକ କୋଡ୍ ରହିଛି। ଏହା ସାହାଯ୍ୟରେ ଆପଣ ଏହି ମେଶିନକୁ ଆକ୍ସେସ କରିପାରିବେ। ପରେ ମେଶିନର କବାଟ ଖୋଲି ଭିତରକୁ ଯିବେ। ଏଥିରେ ଥିବା ବଟନ ଦବାଇବେ। ଏହି ସମୟ ମଧ୍ୟରେ ଏହି ମେଶିନରେ ଲାଗିଥିବା ଅମ୍ଳଜାନ ସ୍ତର କମିବା ଆରମ୍ଭ କରିବ। ଆପଣ ଯନ୍ତ୍ରଣା ଅନୁଭବ କରିବେ। ଶ୍ୱାସକ୍ରିୟା ନେବାରେ କଷ୍ଟ ହେବ। ଧୀରେ ଧୀରେ ଜୀବନ ଚାଲିଯିବ। ଏହା ପୂର୍ବରୁ କେମିତି ଯନ୍ତ୍ରଣା ହେଉଛି ଆପଣ ପରିବାର ଲୋକଙ୍କୁ କହି ସେମାନଙ୍କଠାରୁ ବିଦାୟ ନେବେ।