ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ଜଣାଶୁଣା ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ ଘଟିଛି। ପେଟ କ୍ୟାନସର କାରଣରୁ ସେ ୬୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ସେ ପାରେଲର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜୁନିଅର ମେହମୁଦ ‘ହାଥୀ ମେରେ ସାଥି’, ‘କାରଓ୍ବାଁ’ ଏବଂ ‘ମେରା ନାମ ଜୋକର୍‌’ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ କାମ କରିଥିଲେ।
ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରେ ଜୁନିଅର ମେହମୁଦ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଥିଲେ। ସେ ୧୯୬୭ରେ ସଞ୍ଜୀବ କୁମାରଙ୍କ ଫିଲ୍ମ ନୈନିହାଲରୁ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା। ଏହା ପରେ ସେ ସଙ୍ଗର୍ଷ, ବ୍ରହ୍ମଚାରି, ଦୋ ରାସ୍ତେ, କଟି ପତଙ୍ଗ, ହାଥୀ ମେରେ ସାଥି, ହଙ୍ଗାମା, ଛୋଟି ବୋହୂ, ଦାଦାଗିରି ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କୁ ପ୍ରାୟତଃ ରାଜେଶ ଖାନ୍ନା ଏବଂ ଗୋବିନ୍ଦାଙ୍କ ଫିଲ୍ମରେ ଦେଖିବାକୁ ମିଳିଥିଲା।

Share