ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୩: ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣ, ଶ୍ୱାସ ରୋଗ ଏବଂ ହୃଦଘାତ ଯୋଗୁ ଇନୋସେଣ୍ଟଙ୍କ ପରଲୋକ ଘଟିଛି।
ମାର୍ଚ୍ଚ ୩ରୁ ଇନୋସେଣ୍ଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ କୋଚିର ଭିପିଏସ ଲକ୍ଷେଶୋର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଇନୋସେଣ୍ଟ ୨୦୧୨ରେ କର୍କଟ ରୋଗରେ ପୀଡିତ ହୋଇଥିଲେ। ୨୦୧୫ରେ ସେ କର୍କଟ ରୋଗରୁ ମୁକ୍ତି ପାଇବାକୁ ଘୋଷଣା କରିଥିଲେ।
୨୦୧୪ ଲୋକ ସଭା ନିର୍ବାଚନରେ ଇନୋସେଣ୍ଟ କେରଳର ଚାଲାକୁଡି ନିର୍ବାଚନମଣ୍ଡଳୀରୁ ଏଲଡିଏଫ୍‌ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କର ଜିତିଥିଲେ।

Share