ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ବିଚାରାଧୀନ କଏଦୀ ତ୍ରିପତି ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କିଛି ଦିନ ତଳେ କଟକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଚାରାଧୀନ କଏଦୀଙ୍କ ମୃତ୍ୟୁ ନେଇ ଜେଲ ଡିଆଇଜି ସୂଚନା ଦେଇଛନ୍ତି । ତ୍ରିପତି ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ନିଶା କାରବାର ମାମଲାରେ ଗିରଫ ହୋଇ ସେ ଜେଲରେ ଥିଲେ ।

Share