ଅସୁସ୍ଥ ଥିବା ହାତୀର ମୃତ୍ୟୁ

ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧୀନରେ ଥିବା କମର୍ଡା ସେକ୍ସନର ଗନ୍ଧାରବାରୁ ଗାଁ ନିକଟରେ ଅସୁସ୍ଥ ହୋଇ ଏକ ହାତୀ ଚିକିତ୍ସିତ ହେଉଥିଲା। ତେବେ ହାତୀଟିର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦିନରେ ଏକ ଜଙ୍ଗଲି ହାତୀ ଅସୁସ୍ଥ ଥିବା ସ୍ଥାନୀୟଲୋକେ ଦେଖିବା ପରେ ବନ ବିଭାଗକୁ ଜଣାଇ ଥିଲେ । ପରେ ନର୍ଲା ବନ ବିଭାଗର ଅଧିକାରୀ ପ୍ରଶାନ୍ତ ପାଲଙ୍କ ତତ୍ତ୍ୱାବଧାନରେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀମାନେ ଉକ୍ତ ହାତୀଟିର ଚିକିତ୍ସା କରିଥଲେ। ତେବେ ହାତୀ ହାତୀଟିକୁ ସେମାନେ ବଞ୍ଚାଇ ପାରି ନ ଥିଲେ । ତେବେ କଣ ପାଇଁ ହାତୀଟି ଅସୁସ୍ଥ ହୋଇ ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇ ପାରିନ ଥିବାବେଳେ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ବନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

Share