ମହାକାଳପଡ଼ା, ୨୪ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଲୁଣିମାଠିଆ ଶବରପଡ଼ା ଗାଁରେ ଭୋଟ ଦେବା ପୂର୍ବରୁ ଜଣେ ଯୁବ ଭୋଟରଙ୍କ ମୃତ୍ୟୁ ଘଟିଛି। ରାତିରେ ଏକ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭୋଜିଭାତ ଓ ମଦ୍ୟପାନର ଆପାଇତ କରାଯାଇଥିଲା ବୋଲି ମୃତ ରଞ୍ଜିତ ମାଝି(୪୫)ଙ୍କ ସ୍ତ୍ରୀ ଗେଡି ଭକ୍ତା କହିଛନ୍ତି। ସ୍ତ୍ରୀ ଗେଡିଙ୍କ କହିବା କଥା, ଭୋଜିରେ ଖାଇବା ସହ ପ୍ରଚୁର ମଦ୍ୟପାନ କରି ବିଳମ୍ବିତ ରାତିରେ ଘରେ ରଞ୍ଜିତ ପହଞ୍ଚତ୍ ଥିଲେ। ପରେ ସେ ଅସୁସ୍ଥ ଅନୁଭବ କରିବା ସହ ଛାତିରେ ରଞ୍ଜିତଙ୍କ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।