Categories: ଜାତୀୟ

ବାର୍ଡ ଫ୍ଲୁରେ ୧୧ବର୍ଷର ପିଲାର ମୃତ୍ୟୁ

ନୂଆଦିଲ୍ଲୀ,୨୧।୭: କରୋନା ପ୍ରକୋପ ମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ବାର୍ଡ ଫ୍ଲୁ ବା ଏଭିଆନ୍‌ ଇନ୍‌ଫ୍ଲୁଏନ୍‌ଜା (ଏଚ୍‌୫ଏନ୍‌୧)ଆକାନ୍ତଙ୍କ ପ୍ରଥମ ମୃତ୍ୟୁ ଘଟିଛି। ଦିଲ୍ଲୀ ଏମ୍ସରେ ବାର୍ଡ ଫ୍ଲୁ ଯୋଗୁ ଜଣେ ୧୧ବର୍ଷର ପିଲାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହା ଦେଶର ପ୍ରଥମ ମାମଲା। ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କରେ ଆସିଥିବା ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଆଇସୋଲେଶନରେ ରଖାଯାଇଥିବା ସୂଚନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ବାର୍ଡ ଫ୍ଲୁ ଯୋଗୁ କୌଣସି ମୃତ୍ୟୁ ଘଟଣା ସାମ୍ନାକୁ ଆସି ନ ଥିଲା। ହେଲେ ଏଥିଯୋଗୁ ୧୧ବର୍ଷର ପିଲାର ମୃତ୍ୟୁ ହେବା ଏବେ ଚିନ୍ତାଜନକ ପାଲଟିଛି। ଏହାକୁ ନେଇ ବର୍ତ୍ତମାନ ସରକାର ଚିନ୍ତିତ ହେବା ସହ ଲୋକେ ଭୟଭୀତ ହୋଇଛନ୍ତି। ଚଳିତ ବର୍ଷ ଆରମ୍ଭରୁ ବାର୍ଡ ଫ୍ଲୁକୁ ନେଇ ଦେଶର ଅନେକ ରାଜ୍ୟରେ ପକ୍ଷୀଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଥିଲା।

Share