ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିବା ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ହେଲେ, ଅମ୍ବାଭୋନା ଥାନା ପ୍ରକାଶପୁର ଗ୍ରାମର ମନୋଜ ପାଇକ(୨୬) ।

ମନୋଜ ଚୋରାମଦ କାରବାରରେ ଗିରଫ ହୋଇ କାରାଗାରରେ ଥିଲେ। ତାଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ। ପୋଲିସର ତଦନ୍ତ ଏବଂ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କାରାଗାର କର୍ତ୍ତୃପକ୍ଷ କହିଛନ୍ତି।

Share