ଓଡ଼ିଶାର ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ଭୁବନେଶ୍ୱର,୧୫ା୧୦(ଅସମାପିକା ସାହୁ): ଭାରତୀୟ ଅଡିଟ୍‌ ଓ ଆକାଉଣ୍ଟସ୍‌ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକ୍‌ଦାରୀ ) ଅନନ୍ତ କିଶୋର ବେହେରାଙ୍କର ଶନିବାର ରାତିରେ ଏମ୍ସରେ ଦେହାନ୍ତ ହୋଇଯାଇଛି। ସେ କଟକ ଜିଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଫୁସ୍‌ଫୁସ୍‌ ଜନିତ ସଂକ୍ରମଣରେ ପୀଡ଼ିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବଡ଼ ଭାଇ ବିଷ୍ଣୁଚରଣ ବେହେରା, ସ୍ତ୍ରୀ ଜୟଶ୍ରୀ ପରିଡ଼ା ଉପସ୍ଥିତ ଥିଲେ। ଖବର ପାଇ ପ୍ରଧାନ ମହାଲେଖାକାର ଅଡିଟ୍‌ ରାଜକୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ, ବରିଷ୍ଠ ଉପ-ମହଲେଖାକର ଦୀପକ ରଘୁ, ରାଜ୍ୟ ଭାଜପା ଉପ-ସଭାପତି ଲେଖାଶ୍ରୀ ସାମନ୍ତ ସିଂହାର, କଲ୍ୟାଣ ଅଧିକାରୀ ଅଶୋକ ଚନ୍ଦ୍ର ପଣ୍ଡା, ଏଜି ଆମ୍ବୁଲାନ୍ସ ଡିଭିଜନ ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ବିଜୟ ନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା।

Share