ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା: ବାଲେଶ୍ୱର, ମୟୂରଭଞ୍ଜ ଗଲା ସ୍ବତନ୍ତ୍ର ଟିମ୍‌

ପାରଳାଖେମୁଣ୍ଡି,୧୮ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍‌ ଗଠନ କରାଯାଇଛି। ତେବେ ଅଧିକ ଖୋଳତାଡ଼ ପାଇଁ ଗଜପତି ପୋଲିସର ଏହି ସ୍ବତନ୍ତ୍ର ଟିମ୍‌ ରବିବାର ବାଲେଶ୍ୱର ଓ ମୟୂରଭଞ୍ଜ ଗସ୍ତ କରିଛି।

ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ ସୌମ୍ୟରଞ୍ଜନଙ୍କ ଘର ହୋଇଥିବାରୁ ସେଠାକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ଏହି ଟିମ୍‌। ସୌମ୍ୟରଞ୍ଜନଙ୍କ ବାପା ଅଭିଯୋଗ କରିଛନ୍ତି, ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନରେ ଅଶାନ୍ତି ଥିବା ସେ ମା’ ଓ ମାଇଁଙ୍କୁ ଫୋନ୍‌ କରି ଅଧିକ ସମୟରେ କହୁଥିଲେ। ଏନେଇ ପୋଲିସ ସେମାନଙ୍କୁ ପଚରାଉଚରା କରିବ।

ଅନ୍ୟପକ୍ଷରେ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଏବେ ତାଙ୍କ ବାପଘରେ ରହୁଥିବାରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିବ ଏହି ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ,  ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ରାଇକିଆ,୩୦।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା  ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ...

ଅନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହିମାନଙ୍କୁ ମିଳିବ ଘର…

ଭୁବନେଶ୍ୱର,୩୦ା୩: ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲା ଭବାନୀପାଟଣାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।...

ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ କେଶବ ସଭାପତି, ସମ୍ବିତ ପୁଣି ସମ୍ପାଦକ

ବାଲେଶ୍ୱର,୩୦।୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।  ଶନିବାର ରାତି ୧୨ ଟାରେ ଫଳାଫଳ ପ୍ରକାଶ...

ହଳପଦରରେ ରାସ୍ତାରୋକ, ଗାଡିମଟର ଚଳାଚଳ ବାଧାପ୍ରାପ୍ତ

ଅମରପାଲି,୩୦।୩(ପୀତାମ୍ବର ସାହୁ): ଜୋର ଜବରଦସ୍ତ ବିଦ୍ୟୁତ ବିଲ ସଂଗ୍ରହକୁ ବିରୋଧ କରି ଆନ୍ଦୋଳନ ତେଜିଛି। ବଦ୍ୟୁତ ବିଲ ନ ଦେବାରୁ ଟାଟାପାୱାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ...

ଗଞ୍ଜେଇ ସିଗାରେଟ୍‌ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

ଆଧୁନିକ ସାହିତ୍ୟର ସର୍ବୋକୃଷ୍ଟ ଲୋକପ୍ରିୟ କଳା ହେଉଛି କଥା ସାହିତ୍ୟ

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ସମାଜ ଓ ମାନବ ଜୀବନର ଯଥାର୍ଥ ପ୍ରତିଲିପି ହେଉଛି କଥା ସାହିତ୍ୟ । ଏହା ଆଧୁନିକ ସାହିତ୍ୟର ଏକ ସର୍ବୋକୃଷ୍ଟ ଲୋକପ୍ରିୟ କଳା।...

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ  ପ୍ରକାଶ ପାଇଛି। ସ୍କୁଲ ପରିଚାଳନା...

ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image