ପଦ୍ମପୁର,୨୪ା୧୧(ଡି.ଏନ୍.ଏ.): ଜଣାଶୁଣା ଭୂଦାନ କର୍ମୀ ବିନୋବାଭାବେଙ୍କ ସହଯୋଗୀ ଗଜେନ୍ଦ୍ର ପ୍ରସାଦ ଦାସ (୯୦)ଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଗୁରୁବାର ତାଙ୍କ ପାର୍ଥିବ ଶରୀର ପଦ୍ମପୁର ବାସଭବନରେ ପହଞ୍ଚିବା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଏମ୍ପି ପ୍ରଭାସ ସିଂ, ସମେତ ବହୁ ମାନ୍ୟଗଣ୍ୟ ଶେଷଦର୍ଶନ କରିଥିଲେ। ସ୍ବର୍ଗତ ଦାସ ଅବିଭକ୍ତ ସମ୍ବଲପୁର ଜିଲାର ଭୂଦାନ ଆନ୍ଦୋଳନର ନେତୃତ୍ୱ ନେବା ସହିତ ପଦଯାତ୍ରା କରି ୪୨ ଖଣ୍ଡ ସମ୍ପୂର୍ଣ୍ଣ ଗ୍ରାମଦାନ କରି ବିନୋବାଭାବେଙ୍କୁ ଦାନପତ୍ର ପ୍ରଦାନ କରିଥିଲେ। ଏହା ସହିତ ସେ ଗାନ୍ଧୀ ଓ ଭୂଦାନ ସମ୍ପର୍କରେ ଅନେକ ବହି ରଚନା କରିଥିଲେ ।