ବିଏମ୍‌ସି କର୍ମଚାରୀଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧।୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦକ୍ଷିଣ-ପୂର୍ବ ଜୋନ୍‌ରେ କାର୍ଯ୍ୟରତ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ବେହେରାଙ୍କର ସୋମବାର ପୂର୍ବାହ୍ନରେ କରୋନାରେ ମୃତ୍ୟୁ ଘଟିଛି। କରୋନା ମୁକାବିଲାରେ ସେ ଆଗଧାଡ଼ିର ଯୋଦ୍ଧା ଥିଲେ। ତାଙ୍କ ନମୁନା ପଜିଟିଭ୍‌ ଆସିବା ପରେ ଗତ ୨୨ ତାରିଖରୁ ସେ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ କାର୍ଯ୍ୟରତ ସମୟରେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ପ୍ରଶାସନ ତରଫରୁ ତାଙ୍କୁ କୋଭିଡ୍‌ ଯୋଦ୍ଧାର ସମ୍ମାନ ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ତାଙ୍କ ମରଶରୀରକୁ ଗାର୍ଡ ଅଫର ଅନର ଦିଆଯାଇଥିଲା। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଏମ୍‌ସି, ବିଡିଏ, ସ୍ମାର୍ଟସିଟିର ବହୁ ଅଧିକାରୀ ଓ କର୍ମଚାରୀ ଶେଷ ଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

Share