Categories: ଖେଳ

ଚେସ୍‌ ଖେଳାଳି କମଳାକାନ୍ତଙ୍କ ପରଲୋକ

ଭୁବନେଶ୍ୱର, ୫ା୧ (ସ୍ପୋଟର୍‌ସ ବ୍ୟୁରୋ): ବରିଷ୍ଠ ଚେସ୍‌ ଖେଳାଳି କମଳାକାନ୍ତ ବିଷୋୟୀଙ୍କ ୭୩ ବର୍ଷ ବୟସରେ ବୁଧବାର ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଦୀର୍ଘ ଦିନଧରି ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୧୯୫୦ରେ କଟକର ସୁଭଦ୍ରାପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା କମଳାକାନ୍ତ ଏକଧାରାରେ ଜଣେ ଚେସ୍‌ ଖେଳାଳି ଓ କବି ରହିଥିଲେ।

ଏହା ସହିତ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ୨୦୦୮ରେ ଅବସର ଗ୍ରହଣ କରିଥିଲେ। ସେ କଟକ ଜିଲ୍ଲା ଚେସ୍‌ ସଂଘର ପ୍ରତିଷ୍ଠାତା ସଭ୍ୟ ରହିଥିଲେ। ଚେସ୍‌ ଖେଳ ପ୍ରତି ଅବଦାନ ପାଇଁ କଟକ ଜିଲ୍ଲା ଚେସ୍‌ ସଂଘ ପକ୍ଷରୁ ତାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ସଂଘ ପକ୍ଷରୁ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ ପାଇଛି। ମୃତୁ ଶଯ୍ୟା ନିକଟରେ ପରିବାର ଲୋକ ଉପସ୍ଥିତ ରହିଥିଲେ। ବାଲିକୁଦାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

Share