ଦୁର୍ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ଦୁର୍ଘଟଣାଗ୍ରସ୍ତ କାରରୁ ଅଢେଇ ଲକ୍ଷ ଟଙ୍କା ଗାଏବ୍

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ରୋଡ଼ ସାଇମନ୍ଦିର ବ୍ରିଜ ନିକଟରେ ବୁଧବାର ଏକ କାର୍ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ବରଗଡ ଖୁଣ୍ଟପାଲି କଲେଜ ଅଧ୍ୟକ୍ଷ ମନୋଜ କୁମାର ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ଉକ୍ତ କାରରୁ ଅଢେଇ ଲକ୍ଷ ଟଙ୍କା (୫ବ୍ୟାଣ୍ଡଲ ପାଞ୍ଚଶହ ଟଙ୍କିଆ ନୋଟ୍) ଗାଏବ୍ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଖୁଣ୍ଟପାଲି ଯୁକ୍ତଦୁଇ କଲେଜରେ ଯୁକ୍ତଦୁଇ ଛାତ୍ରୀଛାତ୍ରଙ୍କ ଆଡମିଶନ ବାବଦକୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୫ଲକ୍ଷ ୬୯ହଜାର ୨୬୦ ଟଙ୍କା ସଂଗୃହିତ ହୋଇଥିଲା। ବୁଧବାର ଏହି ସମୁଦାୟ ଟଙ୍କା ବ୍ୟାଙ୍କରେ ଜମା ପାଇଁ ଉଦ୍ଦିଷ୍ଟ ଜମା ଭାଉଚର ପୂରଣ କରି ଦସ୍ତଖତ ଦେଇଥିଲେ ଏବଂ ସେହି ସମୁଦାୟ ଟଙ୍କାକୁ ଏକ ବ୍ୟାଗରେ ଧରି ତାଙ୍କ କାର୍ ଯୋଗେ ବରଗଡର ଏକ ବ୍ୟାଙ୍କ ଅଭିମୁଖେ ବାହାରିଥିଲେ। ବ୍ୟାଙ୍କ ଆସିବା ବାଟରେ ବରଗଡ଼ ଭଟଲି ଛକ ନିକଟ ସାଇ ମନ୍ଦିର ନିକଟରେ ପ୍ରଥମେ ଏକ ବାଇକ୍ ଏବଂ ପରେ ଅନ୍ୟ ଏକ ଟ୍ରକରେ ପିଟି ହୋଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାରେ ଅଧ୍ୟକ୍ଷ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ତେବେ ସେ ଯେଉଁ ବ୍ୟାଗରେ ୫ଲକ୍ଷ ୬୯ହଜାର ୨୬୦ ଟଙ୍କା ଧରି ବ୍ୟାଙ୍କ ଅଭିମୁଖେ ଯାଉଥିଲେ, ଦୁର୍ଘଟଣା ପରେ ସେହି ବ୍ୟାଗରୁ ଅଢେଇ ଲକ୍ଷ ଟଙ୍କା ଗାଏବ୍ ହୋଇଯିବା ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ କାର ମଧ୍ୟରେ ରହିଥିବା ସେହି ବ୍ୟାଗରୁ କିଏ ସେହି ଟଙ୍କା ନେଇଛନ୍ତି, ପୋଲିସ ଏହାର ଖୋଳତାଡ଼ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri