Categories: ଜାତୀୟ

ମନ୍ଦିର ଆନ୍ଦୋଳନର ମୁଖ୍ୟ ଦେବକୀ ନାମ୍ବିସାନ୍‌ଙ୍କ ପରଲୋକ

ଥ୍ରିଶୂର୍‌, ୧୨ା୬: ୧୯୫୬ରେ ମନ୍ଦିର ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇ ଦଳିତ ମହିଳାମାନଙ୍କ ଅଧିକାର ପାଇଁ ଲଢ଼ିଥିବା ଦେବକୀ ନାମ୍ବିସାନ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଭେଲୁର ନିକଟ ମନିମଲାରକାଭୁ ମନ୍ଦିର ବାର୍ଷିକ ଉତ୍ସବରେ ନାୟାର ମହିଳାମାନେ ସ୍ତନ ଘୋଡ଼ାଇବା ଉପରେ କଟକଣା ରହିଥିଲା। ଏହି ପ୍ରଥାକୁ ବିରୋଧ କରି ୧୯୫୬ରେ କରାଯାଇଥିବା ଆନ୍ଦୋଳନ ଭେଲୁର ମାରୁ ମରକ୍କାଲ ସମରମ୍‌ (ଭେଲୁର ସ୍ତନ ଆବରଣ ପ୍ରତିବାଦ) ଭାବରେ ଜଣାଶୁଣା। ଏହି ଉତ୍ସବରେ ନାୟାର ମହିଳା ବିନା ବ୍ଲାଉଜ୍‌ରେ ସାମିଲ ହେଉଥିବାବେଳେ ଦଳିତ ମହିଳାଙ୍କୁ ପ୍ରବେଶ ଅନୁମତି ମିଳୁ ନ ଥିଲା। ଦେବକୀ ଉକ୍ତ ଆନ୍ଦୋଳନର ନେତୃତ୍ୱ ନେଇ ପ୍ରଚଳିତ ପ୍ରଥା ବିରୋଧରେ ମହିଳାମାନଙ୍କୁ ବ୍ଲାଉଜ୍‌ ପିନ୍ଧି ମନ୍ଦିର ଯିବାକୁ ଏକାଠି କରାଇଥିଲେ। ଆନ୍ଦୋଳନ ସଫଳ ହୋଇଥିଲା ଓ ଦଳିତ ମହିଳା ବ୍ଲାଉଜ୍‌ ପିନ୍ଧି ମନ୍ଦିର ଯିବାକୁ ଅନୁମତି ମିଳିଥିଲା।

Share