ନିର୍ଦ୍ଦେଶକ କୁମାର ସାହନିଙ୍କ ପରଲୋକ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କୁମାର ସାହନିଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସାହନିଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ ଶନିବାର ରାତିରେ କୋଲକାତାର ଏକ ଡାକ୍ତରଖାନାରେ ନିର୍ଦ୍ଦେଶକଙ୍କର ମୃତ୍ୟୁ ଘଟିଛି।
‘ବାର ବାର ବାରି’, ‘ଖୟାଲ ଗାଥା’ ଏବଂ ‘କଷବା’ ରେ ନିର୍ଦ୍ଦେଶକଙ୍କ ସହ କାମ କରିଥିବା ବଶିଷ୍ଠ କହିଛନ୍ତି ଯେ ବୟସ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟା ହେତୁ ଶନିବାର ରାତି ପ୍ରାୟ ୧୧ ଟା ସମୟରେ ସେ କୋଲକାତାର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅସୁସ୍ଥ ଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିଲା। ଏହା ଏକ ବଡ ବ୍ୟକ୍ତିଗତ କ୍ଷତି। ଅଭିନେତ୍ରୀ କହିଛନ୍ତି, ଆମେ ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲୁ। କୁମାର ଏବଂ ମୁଁ ବହୁତ କଥାବାର୍ତ୍ତା କରୁଥିଲି ଏବଂ ମୁଁ ଜାଣିଥିଲି ଯେ ସେ ଅସୁସ୍ଥ ଥିଲେ ଏବଂ ଡାକ୍ତରଖାନା ଯାଉଥିଲେ।

ଭାରତୀୟ ସମାନ୍ତରାଳ ସିନେମାର ଏକ ବଡ଼ ବ୍ୟକ୍ତିତ୍ୱ କୁମାର ସାହନିଙ୍କ ଦେହାନ୍ତ ହେତୁ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। କୁମାର ସାହନି ‘ମାୟା ଦର୍ପନ’, ‘ଚାର ଅଧ୍ୟାୟ’ ଏବଂ ‘କସବା’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।
କୁମାର ସାହନି ୧୯୪୦ରେ ଅବିଭକ୍ତ ଭାରତର ସିନ୍ଧର ଲାର୍କାନାଠାରେ ଜନ୍ମଗ୍ରହଣ କରିଥିଲେ। ୧୯୪୭ରେ ଭାରତ ଏବଂ ପାକିସ୍ଥାନ ବିଭାଜନ ପରେ ସାହନିଙ୍କ ପରିବାର ମୁମ୍ବାଇ ଆସିଥିଲେ। ସାହନି ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି। ସାହନି ଭାରତୀୟ ସମାନ୍ତରାଳ ସିନେମାର ଅନ୍ୟ ଏକ ବଡ଼ ବ୍ୟକ୍ତିତ୍ୱ ମଣି କୌଲଙ୍କ ସହ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (FTII) ରେ ଅଧ୍ୟୟନ କରିଥିଲେ।

Share