ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

‘ଚିୟର୍ସ’ ଏବଂ ‘ଡ୍ରପ ଡେଡ ଗର୍ଜିୟସ’ର ତାରକା ର୍କିଷ୍ଟି ଏଲିଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଗତ କିଛିଦିନ ହେବ କର୍କଟ ରୋଗ ସହ ଲଢୁଥିଲେ। ଏଲିଙ୍କ ଦୁଇ ସନ୍ତାନ ଲିଲି ଏବଂ ଓ୍ବିଲିୟମ ଟ୍ରୁ ଷ୍ଟିଭେନସନ୍‌ ଏହି ସୂଚନା ଦେଇଛନ୍ତି। ଏକ ବିବୃତ୍ତିରେ ସେମାନେ କହିଛନ୍ତି, ଆମେ ଆପଣଙ୍କୁ ଜଣାଇ ଦୁଃଖିତ ଯେ କର୍କଟ ରୋଗ ସହ ଲଢେଇ ପରେ ଆମ ମା’ଙ୍କର ଦେହାନ୍ତ ହୋଇଛି। ନିକଟରେ ତାଙ୍କର କର୍କଟ ରୋଗ ଚିହ୍ନଟ କରାଯାଇଥିଲା। ଫ୍ଲୋରିଡାର ମୋଫିଟ କର୍କଟ କେନ୍ଦ୍ରରେ ଏଲି ଚିକିତ୍ସିତ ହେଉଥିଲେ।

୧୯୯୧ ଫିଲ୍ମ ଚିୟର୍ସରେ ରେବେକା ହାଓଙ୍କ ଭୂମିକା ପାଇଁ ଏଲିଙ୍କୁ ଆମି ପୁରସ୍କାର ଏବଂ ଗୋଲଡେନ ଗ୍ଲୋବ ପ୍ରଦାନ କରାଯାଇଥିଲା।

Share