ବିଦ୍ୟୁତ୍‌ ତାର ଲାଗି ମାଈ ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଚାଷୀ

ଦେବଗଡ଼/ରିଆମାଳ,୧୮।୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଏଥିରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ ଜଣ ଜମି ମାଲିକ ତଥା କମଳା ଚାଷୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ଚାଷୀମାନେ ହେଲେ ସେହି ଗ୍ରାମର ଗୋଲେଖ ଚନ୍ଦ୍ର ବିଶ୍ବାଳ (୫୨) ଓ ରୁଦ୍ର ନାରାୟଣ ବିଶ୍ବାଳ (୭୫)। ଉକ୍ତ ଚାଷୀଦ୍ୱୟ ହୁକ ପକାଇ ଚୋରା ବିଦ୍ୟୁ ବ୍ୟବହାର କରୁଥିଲେ। ବିଦ୍ୟୁତ୍‌ ବିଲ ଦେଉ ନ ଥିବା ଦର୍ଶାଯାଇ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ୨୪ ଘଣ୍ଟା ଜେରା ଓ ବିଦ୍ୟୁତ ବିଭାଗର ରିପୋର୍ଟ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share