ପୂର୍ବତନ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା: ତତ୍କାଳୀନ ଜିଲାପାଳଙ୍କ ସମେତ କର୍ମଚରୀଙ୍କ ବିରୋଧରେ ଲାଗିଥିବା ଦଫା ରଦ୍ଦ କଲେ ହାଇକୋର୍ଟ

ମାଲକାନଗିରି,୨୪।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ତତ୍କାଳୀନ ଜିଲାପାଳ ମନିଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ବନଜା ପଣ୍ଡା ଓ ପରିବାର ବର୍ଗ ଜିଲାପାଳଙ୍କ ନାମରେ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ଶୁକ୍ରବାର ହାଇକୋର୍ଟ ଏହି ମାମଲାରେ ଲଗାଯାଇଥିବା ସମସ୍ତ ଦଫା ମିଥ୍ୟା ବୋଲି ପ୍ରକାଶ କରି ତତ୍କାଳୀନ ଜିଲାପାଳଙ୍କ ସହ ମାଲକାନଗିରି ଜିଲାର ଅନ୍ୟ କର୍ମଚାରୀଙ୍କ ବିରୋଧରେ ଲାଗିଥିବା ସବୁ ମାମଲାରୁ ସେମାନଙ୍କୁ ମୁକ୍ତ କରିଛନ୍ତି।
ଗତ ୨୦୧୯ ଡିସେମ୍ବର ୨୬ ତାରିଖରେ ତତ୍କାଳୀନ ଜିଲାପାଳ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ପଣ୍ଡାଙ୍କ ମୃତଦେହ ମାଲକାନଗିରି ସଦର ମହକୁମାସ୍ଥିତ ସତୀଗୁଡା ଜଳଭଣ୍ଡାରରୁ ମିଳିଥିଲା । ସେ ଏହି ଜଳଭଣ୍ଡାରରେ ବୁଡି ମୃତ୍ୟୁବରଣ କରିଥିଲେ। ତେବେ ଏହାକୁ ନେଇ ତାଙ୍କ ସ୍ତ୍ରୀ ବନଜା ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ଏବଂ ଏଥିରେ ତତ୍କାଳୀନ ଜିଲାପାଳ ଅଗ୍ରଓ୍ବାଲଙ୍କ ସମ୍ପୃକ୍ତି ଅଛି ବୋଲି ଦାବି କରି ଜିଲପାଳଙ୍କ ସହ ଅନ୍ୟ କେତେକ କର୍ମଚାରୀଙ୍କ ନାମରେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ଏହି ମାମଲା ଦୀର୍ଘ ୪ ବର୍ଷ ହେଲା ବିଚାରାଧୀନ ଥିଲା। ଏବେ ତତ୍କାଳୀନ ଜିଲାପାଳ ଅଗ୍ରଓ୍ବାଲ ଓ ତାଙ୍କ କର୍ମଚାରୀଙ୍କ ଉପରେ ଲାଗିଥିବା ସମସ୍ତ ଦଫା ମିଥ୍ୟା ବୋଲି ହାଇକୋର୍ଟ ଘୋଷଣା କରିବା ସହ ଜିଲାପାଳ ଓ କର୍ମଚାରୀଙ୍କ ଉପରେ ଲାଗିଥିବା ଦଫାଗୁଡିକ ରଦ୍ଦ କରିଦେଇଛନ୍ତି। ଏହି ଖବର ପାଇବା ପରେ କର୍ମଚାରୀମାନେ ଖୁସି ପ୍ରକଟ କରିବା ସହ ସତ୍ୟର ଜୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri