ରାଇକିଆ,୨୮।୨-(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଲକର ୧୮ ନମ୍ବର ଜୋନର ପୂର୍ବତନ ଜିଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ପାତ୍ର (୪୧)ଙ୍କ ର ଅକାଳ ବିୟୋଗ ଘଟିଛି । କିଛି ଦିନ ଧରି ଅସୁସ୍ଥ ଥିବା ମୃତ୍ୟୁଞ୍ଜୟଙ୍କୁ ଗୁରୁବାର ଚିକିତ୍ସା ପାଇଁ ଭୁବନେଶ୍ବର ନିଆ ଯାଉଥିବା ବାଟ ରେ ତାଙ୍କର ମୃତ୍ୟୁ ଘଟିଛି । ବହୁତ କମ ବୟସ ରେ ରାଜନୀତି ର ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ସେ ଅତିକ୍ରମ କରିଥିଲେ। ବିଜେଡ଼ିର ଜଣେ ଯୁବ ନେତା ଭାବେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ମୃତ୍ୟୁଞ୍ଜୟ ୨୦୧୨ରେ ରାଇକିଆ ନାଏବ ସରପଞ୍ଚ, ୨୦୧୭ରେ ୧୮ ନମ୍ବର ଜୋନର ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ବିଜେଡ଼ିର କନ୍ଧମାଳ ଜିଲା ଉପ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ବହୁ ବ୍ୟକ୍ତି ବିଶେଷ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶେଷ ଦର୍ଶନ କରିଥିଲେ। ତାଙ୍କର ଅକାଳ ବିୟୋଗରେ କନ୍ଧମାଳ ଜିଲରେ ଶୋକର ଛାୟା ଖେଳି ଯାଇଛି ।