ବରଗଡ଼,୧୧।୮(ପ୍ରୋମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୁମର ବେହେରାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ଭୀମସାର୍, ବୁର୍ଲା ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ବରଗଡ଼ ଜିଲାରେ ଗଭୀର ଶୋକ ପ୍ରକାଶ ପାଇଛି।
ଅତାବିରା ବ୍ଲକ ହିର୍ଲିପାଲି ଗ୍ରାମର ସ୍ବର୍ଗତ ବେହେରା ଶିକ୍ଷକତା ଛାଡି ରାଜନୀତିରେ ପାଦ ଥାପିଥିଲେ ଏବଂ ୧୯୯୦ ବିଧାନସଭା ନିର୍ବାଚନରେ ଜନତା ଦଳରୁ ପ୍ରତିଦ୍ବନ୍ଦିତା କରି ବିଧାୟକ ନିର୍ବାଚିତ ହୋଇଥିଲେ। ସେ ୧୯୯୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଧାୟକ ଥିବାବେଳେ ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦାନ କରିଥିଲେ। ହେଲେ ଆଉ ସେ ଆଗକୁ ରାଜନୈତିକ କ୍ଷେତ୍ରରେ ସଫଳ ହୋଇପାରି ନ ଥିଲେ। ଅତାବିରା ବାସଭବନରେ ସେ ସପରିବାର ରହୁଥିଲେ। ସ୍ବର୍ଗତ ବେହେରାଙ୍କ ମୃତଦେହକୁ ପ୍ରଥମେ ଅତାବିରା ବାସଭବନକୁ ଅଣାଯାଇଥିଲା। ପରେ ମୃତଦେହ ର୍ହିଲିପାଲି ଗ୍ରାମକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।