ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ…

ଦୁବାଇ,୫।୨ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ଦୁବାଇର ଏକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମରୁ ଖବର ସାମ୍ନାକୁ ଆସିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

ମିଡିଆ ରିପୋର୍ଟ ଅନୁସାରେ ମୁଶରଫଙ୍କ ପରିବାର ସଦସ୍ୟଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆମିଲୋଏଡୋସିସ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ କିଛି ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୯୯ ରେ ଏକ ସଫଳ ସାମରିକ ବିଦ୍ରୋହ ପରେ ସେନାଧ୍ୟକ୍ଷ ପରଭେଜ ମୁଶରଫ କ୍ଷମତା ଦଖଲ କରି ପାକିସ୍ତାନର ଦଶମ ରାଷ୍ଟ୍ରପତି ହୋଇଥିଲେ।

ସେ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ଦଶମ ସିଜେସିଏସସି ଏବଂ ୧୯୯୮ରୁ ୨୦୦୭ ପର୍ଯ୍ୟନ୍ତ ସପ୍ତମ ଟପ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ।

Share