ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା:୧୦ ଗିରଫ

ବାରିପଦା,୨୪।୬: ଶିମିଳିପାଳ ଅଭୟାରଣ୍ୟର ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଅଭିଯୁକ୍ତ ଶିକାରୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୋଲି ସୂଚନା ମିଳିଛି ।
ଗତ ୧୬ ତାରିଖରେ ବିଳମ୍ବିତ ରାତିରେ ଉପର ବାର୍ହାକାମୁଡ଼ା ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବନ ବିଭାଗ ଓ ଶିକାରୀ ମୁହାଁମୁଁହି ହୋଇଥିଲେ । ଉଭୟ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ସହିଦ ହୋଇଥିଲେ ଫରେଷ୍ଟର ମାଥି ହାଁସଦା ।
Share