ଜଗତ୍ସିଂହପୁର ଅଫିସ,୨୪ା୧୨: ଜଗତ୍ସିଂହପୁର ବ୍ଲକ ଅନ୍ତର୍ଗତ ଅଳା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଯୋଗେନ୍ଦ୍ରନାଥ ମହାରଣା(୯୬)ଙ୍କ ଶୁକ୍ରବାର ଜନ୍ମମାଟିରେ ପରଲୋକ ଘଟିଛି। ମହାରଣା ୧୯୨୩ରେ ଏହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମା’ଧରିତ୍ରୀ ମହାରଣା ଓ ବାପା ଉଚ୍ଛବ ମହାରଣାଙ୍କ ଡାକରାରେ ସେ ଭାରତଛାଡ ଆନ୍ଦୋଳନ ସମୟରେ ବାନରସେନାରେ ଯୋଗଦେଇଥିଲେ । ମହାରଣାଙ୍କ ମୃତ୍ୟୁରେ ଜିଲାପାଳ ପାରୁଲ ପଟୁୱାରୀ ଶୋକପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲା ପରିଷଦ ସଭାପତି ମନୋଜ ଭୋଇ, ତହସିଲଦାର ଅଞ୍ଜଳି ତରାଇ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।