ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ପରଲୋକ, ଶୋକ ପ୍ରକାଶ କଲେ ଜୟଶଙ୍କର…

ଲିବ୍ରେଭିଲେ,୨୧।୧ : ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ଦେହାନ୍ତ ହୋଇଛି। ଗାବନର ରାଷ୍ଟ୍ରପତି ଅଲି ବଙ୍ଗୋ ଓଡିମ୍ବା ଏକ ଟୁଇଟରେ ତାଙ୍କୁ ଗାବନଙ୍କ ପାଇଁ ଏକ ବଡ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଜଣେ ମହାନ କୂଟନୀତିଜ୍ଞ ଏବଂ ଜଣେ ବିଶ୍ୱସ୍ତ ବନ୍ଧୁ ବୋଲି କହିଛନ୍ତି। ଗାବନର ରାଷ୍ଟ୍ରପତି ଏକ ଟୁଇଟରେ ଲେଖିଛନ୍ତି ଯେ ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋ ଆଜି ଆମକୁ ଛାଡି ଚାଲି ଯାଇଛନ୍ତି।

ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ସୋସିଆଲ ମିଡିଆରେ ଟୁଇଟ କରି ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ସେ ଭାରତର ବନ୍ଧ ଥିଲେ। ଏଥିପାଇଁ ତାଙ୍କ ପରିବାର ଏବଂ ଗାବନ ସରକାରଙ୍କୁ ଜୟଶଙ୍କର ସମବେଦନା ଜଣାଇଛନ୍ତି।

Share