ପାଣିରେ ବୁଡ଼ି ଚାଲିଗଲା ଇସ୍ରୋ ବୈଜ୍ଞାନିକଙ୍କ ଜୀବନ

ବରଗଡ଼ ଅଫିସ,୧୮ା୪: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଇସ୍ରୋ(ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ରେ କାର୍ଯ୍ୟରତ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ(୨୭)ଙ୍କ ସୋମବାର ମୃତ୍ୟୁ ହୋଇଛି। ଗ୍ରାମର ଏକ ଜଳାଶୟରେ ଗାଧୋଉ ଥିବାବେଳେ ସେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ସେ ନିଜ ଗ୍ରାମ ଝାରପାଲିକୁ ଆସିଥିଲେ ଏବଂ ସୋମବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share