ଧାମନଗର,୧୨ା୧୦(ଦେବେନ୍ଦ୍ର ଆନ୍ଦିଆ)ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସୋହଡ଼ା ପଞ୍ଚାୟତ ଦୁଲାରପୁର ଗ୍ରାମର ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ଶେଷକୃତ୍ୟ ବୁଧବାର ଜନ୍ମମାଟିରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି। ବଡ଼ ପୁଅ ମୁଖାଗ୍ନି ଦେଇଥିଲେ। ଜାତୀୟସ୍ତରର ଶ୍ରମିକ ନେତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିଥିଲେ। ବୁଧବାର କଟକରୁ ତାଙ୍କ ମରଶରୀର ନିଜ ଗ୍ରାମ ଦୁଲାରପୁର ଅଭିମୁଖେ ବାହାରିଥିଲା। ୧୬ନଂ. ଜାତୀୟ ରାଜପଥର ଧାମନଗର ଛକଠାରେ ମରଶରୀର ପହଞ୍ଚତ୍ବା ପରେ ଶତାଧିକ ଜନସାଧାରଣ, ରାଜନେତା, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ବର୍ଗତ ଜେନା ସର୍ବ ଭାରତୀୟ ଶ୍ରମିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ସହ ଭାରତୀୟ ଖାଦ୍ୟ ନିଗମ କର୍ମଚାରୀ ସଂଘର ପ୍ରତିଷ୍ଠାତା ଓ ବିଭିନ୍ନ ଶ୍ରମିକ ସଂଗଠନ ସହ ଜଡ଼ିତ ଥିଲେ। ମରଶରୀର ଶୋଭାଯାତ୍ରାରେ ବିଭିନ୍ନ ରାଜ୍ୟର ବହୁ ଶ୍ରମିକ ନେତା, ପାରାଦୀପ ପୋର୍ଟ ଆଣ୍ଡ ମଜଦୂର ୟୁନିଅନ ସମେତ ଏଫ୍ସିଆଇ ୱାର୍କର୍ସ ୟୁନିଅନ କର୍ମକର୍ତ୍ତା ସାମିଲ ହୋଇଥିଲେ।