ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ବୌଦ୍ଧ, ୧୭।୩ (ସ୍ବ.ପ୍ର.)-ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଢକି ଗ୍ରାମର ରଙ୍କଧର ଖମାରୀ (୨୩) ଦାଦନ ଖଟିବାକୁ ତାମିଲନାଡୁର କୋଏମ୍ବାଟୁରକୁ ଯାଇଥିଲେ। ଶୁକ୍ରବାର କୋଏମ୍ବାଟୁର ନିକଟବର୍ତ୍ତୀ କୋରନୋରଠାରେ ଏକ ରେଳଧାରଣାରେ କଟି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ପାଇଥିଲେ। ଏନେଇ ମୃତ ରଙ୍କଧରଙ୍କ ବଡଭାଇ ଟଙ୍କଧର ଭାଇର ଶବକୁ ଘରକୁ ଆଣିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଜିଲା ଶ୍ରମଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Share