ଲଗାନ ଫେମ୍‌ ଜାଭେଦ ଖାନ୍‌ ଆମରୋହିଙ୍କ ପରଲୋକ…

ମୁମ୍ବାଇ,୧୪।୨ : ହିନ୍ଦୀ ସିନେମାରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ଜାଭେଦ ଖାନ୍ନ୍‌ ଆମରୋହିଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସରେ, ଜାଭେଦ ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅଭିନୟ ଯାତ୍ରାରେ ଜାଭେଦ ଏହିପରି ଅନେକ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ଚରିତ୍ରରେ ଅଭିନୟ କରିଥିଲେ, ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ।

ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦକ୍ଷତା ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ। ତାଙ୍କ ଅଭିନୟ କ୍ୟାରିୟରରେ ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିବା ଜାଭେଦ ଆମିର ଖାନଙ୍କ ଫିଲ୍ମ ‘ଲଗାନ’ରେ ରାମ ସିଂଙ୍କ ଭୂମିକା ପାଇଁ ବିଶେଷ ମାନ୍ୟତା ପାଇଥିଲେ।

ଜାଭେଦ ପ୍ରାୟ ୫୦ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଥିଲେ। ଅନେକ ଚମତ୍କାର ଚରିତ୍ରରେ ଅଭିନୟ ମାଧ୍ୟମରେ ସେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ।

ଜାଭେଦ ଅନ୍ଦାଜ ଆପନା ଆପନା ଏବଂ ଚକ ଦେ ଇଣ୍ଡିଆରେ ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ। ମିଡିଆ ଆର୍ଟ ଇନଷ୍ଟିଚ୍ୟୁଟରେ ଅଭିନୟ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ। ମୁମ୍ବାଇରେ ଜନ୍ମିତ ଜାଭେଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ସହ ଲଗାନରେ କାମ କରିଥିବା ଅଭିନେତା ଅଖିଳେନ୍ଦ୍ର ମିଶ୍ର ଜାଭେଦଙ୍କ ଫଟୋ ନିଜ ଫେସବୁକ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ବିନମ୍ର ଶ୍ରଦ୍ଧାଞ୍ଜଳି ଜାଭେଦ ଖାନ ସାହେବ।

ଜାଭେଦ୧୯୭୩ ମସିହାରେ ଫିଲ୍ମ ଜଲତେ ବଦନରେ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ତାଙ୍କର ଚମତ୍କାର ଅଭିନୟ ସହିତ ସେ ଏପରି ଅନେକ ଚରିତ୍ରରେ ଅଭିନୟ କରିଥିଲେ ଯାହା ସ୍ମରଣୀୟ ହୋଇ ସବୁ ଦିନ ପାଇଁ ଅଭିନୟ ଦୁନିଆରେ ରହି ଯାଇଛି। ତାଙ୍କର ଅଭିନୟ ଦକ୍ଷତା ନୁରୀ, ପସନ୍ଦ ଆପନି ଆପନି, ବଜାର, ରଙ୍ଗ ବିରଙ୍ଗୀ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ର ବ୍ୟତୀତ ଜାଭେଦ ବହୁ ଜଣାଶୁଣା ଟିଭି ସିରିଏଲରେ ମଧ୍ୟ କାମ କରିଥିଲେ। ସେଥିମଧ୍ୟରୁ ସିରିଏଲ ର୍ମିଜା ଘାଲିବ ଅନ୍ୟତମ।

Share