ନନ୍ଦନକାନନରେ ସିଂହ ଶାବକର ମୃତ୍ୟୁ

ବାରଙ୍ଗ,୨୬।୮: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୯ ମାସର ଅଣ୍ଡିରା ସିଂହ ଶାବକର ମୃତ୍ୟୁ ଘଟିଛି । କିଛି ଦିନ ହେବ ସିଂହୀ ବିଜିଲୀର ୫ ସିଂହ ଶାବକ ଅସୁସ୍ଥ ହୋଇଯାଇଥିଲେ। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। ୯ ମାସ ତଳେ ସିଂହି ବିଜିଲୀ ୫ଟି ସିଂହ ଶାବକ ଜନ୍ମ ଦେଇଥିଲା । ନନ୍ଦନକାନନରେ ସିଂହ ସଂଖ୍ୟା ୨୨କୁ ହ୍ରାସ ପାଇଛି । ତେବେ ମୃତ୍ୟୁର କାରଣ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ।

Share