Categories: ଜାତୀୟ

ମିଲେଟ ମ୍ୟାନ୍‌ ପି.ଭି. ସତୀଶଙ୍କ ପରଲୋକ

ହାଇଦ୍ରାବାଦ, ୨୦ା୩: ମାଣ୍ଡିଆକୁ ଏକ ବିକଳ୍ପ, ପରିବେଶ ଅନୁକୂଳ କୃଷି ଉତ୍ପାଦ ଭାବେ ପ୍ରଦର୍ଶିତ କରିବାରେ ପ୍ରମୁଖ ଭୂମିକା ନେଇ ‘ମିଲେଟ୍‌ ମ୍ୟାନ୍‌’ର ପରିଚୟ ହାସଲ କରିଥିବା ପି.ଭି. ସତୀଶଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା।

ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ସତୀଶ ଡେକାନ ଡେଭେଲପ୍‌ମେଣ୍ଟ ସୋସାଇଟି (ଡିଡିଏସ୍‌)ର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲାର ପାସ୍ତାପୁର ଗ୍ରାମରେ କାର୍ଯ୍ୟ କରୁଥିଲେ। ସେଠାରେ ସୋମବାର ପୂର୍ବାହ୍ନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସିଭିଲ୍‌ ସୋସାଇଟିରେ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା। ଜାହିରାବାଦରେ ଥିବା ତାଙ୍କ ସଂଗଠନ କୃଷି-ଜୈବବିବିଧତା, ଖାଦ୍ୟ ସାର୍ବଭୌମତ୍ୱ, ମହିଳା ସଶକ୍ତୀକରଣ, ସାମାଜିକ ନ୍ୟାୟ, ବିକାଶରେ ଯୋଗଦାନ ଓ ଗୋଷ୍ଠୀ ଗଣମାଧ୍ୟମ ଆଦି ପ୍ରସଙ୍ଗରେ ସଫଳତାର ସହ କାର୍ଯ୍ୟ କରୁଥିଲା।

 

Share