ଦାଦନ ଖଟି ଯାଇଥିବା ନାବାଳିକାଙ୍କ ମୃତ୍ୟୁ

ଯାଜପୁର ଅଫିସ ,୧୧ା୫ : ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ସରକାର ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି । ଏହାଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ପ୍ରାକୃତିକ ସମ୍ବଳର ବିନିଯୋଗ ହୋଇ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ । ବେକାରୀ ସମସ୍ୟା ବି ହଟିବ । ଏହି ଆଶାରେ ଦେଶୀ ବିଦେଶୀ କମ୍ପାନୀଗୁଡ଼ିକୁ ପୁଞ୍ଜିନିବେଶର ସୁଯୋଗ ଦିଆଯାଉଛି । ହେଲେ ଫଳ ଓଲଟା । ରାଜ୍ୟର ବେକାରୀ ସମସ୍ୟା ଦୂର ତ ଦୂରର କଥା ଖଣି ଅଞ୍ଚଳରେ କାମ ନ ପାଇ ଦାଦନ ଖଟିଯିବା କାରଣରୁ ଜଣେ ନାବାଳିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳର କୁହିକା ପଞ୍ଚାୟତର ଏକ ଗ୍ରାମରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି।
ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ପ୍ରଚୂର ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ଏହାକୁ ଓଡ଼ିଶାର ରନତ୍ଗର୍ଭା ବୋଲି କୁହାଯାଉଛି। ସମଗ୍ର ଭାରତବର୍ଷରେ ଥିବା କ୍ରୋମାଇଟର ୯୮ ଭାଗ ଓଡ଼ିଶାରେ ଗଚ୍ଛିତ ଅଛି। ତନ୍ମଧ୍ୟରୁ ଯାଜପୁର ଜିଲାର କେବଳ ସୁକିନ୍ଦା ଅଞ୍ଚଳରେ ସର୍ବାଧିକ ୧୭୩ ନିୟୁତ ଟନ କ୍ରୋମାଇଟ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି। ସୁକିନ୍ଦା ଖଣି ଅଞ୍ଚଳର ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ଓଡ଼ିଶା ଖଣିନିଗମ, ଟାଟାଷ୍ଟିଲ, ଜିନ୍ଦଲ ଇସ୍ପାତ, ଫେକର, ମିଶ୍ରିଲାଲ, ଆଇଡ଼ିସି, ବିସି ମହାନ୍ତି ଏଣ୍ଡ ସନ, ଇମ୍ଫା ଆଦି ଦେଶର ବହୁ ନାମୀ କମ୍ପାନୀ ନିଜର ବେପାର ମେଲାଇଛନ୍ତି। ଖଣି କମ୍ପାନୀମାନଙ୍କୁ କ୍ୟାପଟିଭ ଓ ନନକ୍ୟାପଟିଭରେ ବଣ୍ଟନ କରି ୧୫ ବର୍ଷ ଓ ୫ ବର୍ଷ ଉତ୍ତୋଳନ କରିବାକୁ ମଞ୍ଜୁର ହୋଇଛି। ତେବେ ପୂର୍ବରୁ ଏଠାରେ ଖଣି ଖୋଳିବାକୁ ହଜାର ହଜାର ଲୋକ ନିଯୁକ୍ତି ପାଇଥିବା ବେଳେ ଧିରେ ଧିରେ ଖଣି କାଯର୍‌ୟରେ ମେଶିନ ଲଗାଇ ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରି ଚାଲିଛନ୍ତି। ଏହାବାଦ ଅଣଓଡିଆ ଠିକାସଂସ୍ଥା ଜରିଆରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରି ବାହାର ଶ୍ରମିକମାନଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏଭଳି ସ୍ଥିତିରେ କାମ ନ ପାଇ ଏଠାକାର ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଗତ ଡିସେମ୍ବରରେ ବହୁ ଚର୍ଚ୍ଚିତ ନଗଡ଼ା ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ଲୋକ ବସ୍‌ ଯୋଗେ କାମ ଅନ୍ବେଷଣରେ ବାହାରକୁ ଯାଇଥିବାର ଜଣାପଡିଥିଲା। ମୂଲ୍ୟବାନ ଭୂ-ସମ୍ପଦ, ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଏଭଳି ସ୍ଥିତି ଦେଖଣାହାରୀଙ୍କୁ ବିଚଳିତ କରିଥିଲା। ଏବେ ପୁଣି ଜଣେ ନାବାଳିକା ଶ୍ରମିକ ଦାଦନ ଖଟିବାକୁ ଯାଇ ଜଣେ ଅଜଣା ଯୁବକଙ୍କ ପ୍ରେମରେ ପଡି ମୃତ୍ୟୁ ମୁଖରେ ପଡିଥିବା ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଛି। ସୂଚନା ଅନୁସାରେ ଉକ୍ତ ନାବାଳିକାଙ୍କ କିଛି ବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇଥିଲା। ଠିକା ଖଣି ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବାପାଙ୍କ ଦେହାନ୍ତର ଏକବର୍ଷ ପରେ ସ୍ବ୍‌ଳ୍ପସଞ୍ଚିତ ଅର୍ଥ ଓ ଧାରକରଜ କରି ବଡ଼ ଦୁଇ ଭଉଣୀଙ୍କ ବିବାହ ଦେଇଥିଲେ ବିଧବା ମାଆ । ପରିବାରର ଆର୍ଥିକ ସମସ୍ୟା ଓ ଅଭାବ ଅନାଟନକୁ ଅନୁଭବ କରି ଦୁଇ ପଇସା ରୋଜଗାର କରିବାକୁ ବର୍ଷେ ତଳେ ଅନ୍ୟ ଶ୍ରମିକମାନଙ୍କ ସହ ସୁଦୂର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ୧୭ ବର୍ଷ ବୟସ୍କା ସାନଝିଅ ମଧ୍ୟ ମା’ଙ୍କ ସହ ଯାଇଥିଲେ। ସେଠାରେ ନାବାଳିକା ଝିଅ ଜଣକ ଜଣେ ଯୁବକଙ୍କ ପ୍ରେମଜାଲରେ ଫସିଯାଇଥିଲେ । ଉକ୍ତ ଯୁବକଙ୍କ ସହ ନାବାଳିକା ଝିଅ କିଛି ମାସ ଏକାଠି ରହିଥିଲେ। ପରେ ଉଭୟଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ଘଟିବାରୁ ଯୁବକ ଜଣକ ନାବାଳିକାଙ୍କୁ ଛାଡି କୁଆଡେ ଚାଲିଗଲେ । ହେଲେ ସେତେବେଳକୁ ନାବାଳିକା ଝିଅ ଗର୍ଭବତୀ ହୋଇଯାଇଥିଲେ। କିଛି ଅର୍ଥ ରୋଜଗାର କରି ଖୁସି ସାଉଣ୍ଟିବା ଆଶାରେ ଯାଇଥିବା ନାବାଳିକା ଓ ତାଙ୍କ ମାଆ ଦୁଃଖର ପାହାଡ଼ ନେଇ ଘରକୁ ଫେରିଥିଲେ। ଲୋକଲଜ୍ୟାରେ ମାଆ ଏକଥା କାହାକୁ ନ ଜଣାଇ କୌଣସି ଡାକ୍ତରୀ ପରାମର୍ଶ କିମ୍ବା ଚିକିତ୍ସା କରି ପାରି ନ ଥିଲେ। ଗତ ୪ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ମାଆ ତାଙ୍କୁ ଢେଙ୍କାନାଳ ଜିଲା ଅଁଳାବେଣୀ ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ସେ ଏକ ମୃତ ଶିଶୁକୁ ଜନ୍ମ ଦେବାପରେ ଭୀଷଣ ଜ୍ୱର ସହ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା । ତାଙ୍କୁ ନିକଟସ୍ଥ ଏକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ତେବେ ଖଣିରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେଇ ମୃତ୍ୟୁ ଶ୍ରମିକଙ୍କ ପରିବାରବର୍ଗଙ୍କୁ ନିଯୁକ୍ତି ମିଳିଥିଲେ ହୁଏତ ନାବାଳିକା ଦାଦନ ଖଟିବାକୁ ଯାଇ ନ ଥାନ୍ତେ ଓ ତାଙ୍କର ଏଭଳି ଭାବେ ମୃତ୍ୟୁ ହୋଇ ନ ଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣାକୁ ଜିଲା ପ୍ରଶାସନ ଅତି ଗୁରୁତର ଭାବେ ନେଇ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେଲେ ଆଗକୁ ଆଉ କୌଣସି ନାବାଳିକା ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ନାହିଁ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର...

ମହିଳା ସୁରକ୍ଷା ନାଁରେ ସରକାର ଭୁଆଁ ବୁଲାଉଛନ୍ତି ଜିଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ନୂଆପଡ଼ା,୧୦ା୩ (ମକାରୁ ବେମାଲ): ରାଜ୍ୟରେ ଏସ୍‌ସି,ଏସ୍‌ଟି, ଓବିସି ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri