ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା: ଦୋଷ ଲଦିଦେଲା ବିଏମସି

ଭୁବନେଶ୍ୱର,୨୦।୬: ଭୁବନେଶ୍ବରରେ ମୁକୁଳା ଡ୍ରେନକୁ ନେଇ ବାରାମ୍ବାର ଅଭିଯୋଗ ଉଠୁଥିଲେ ମଧ୍ୟ ଚେତୁନି ବିଏମସି। ଶୁକ୍ରବାର ଡ୍ରେନରେ ପଡି ନାବାଳକର ମୃତ୍ୟୁ ହେବା ପରେ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଗତକାଲି BMCକୁ ଏନେଇ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ। କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ରହିଛି ଏନେଇ ସମସ୍ତ ବିବରଣୀ ଦେବାକୁ କୁହାଯାଇଥିଲା। ଯାହାପରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ବିଏମସି।

ରିପୋର୍ଟରେ ଡ୍ରେନେଜ ବିଭାଗର ଅଧକାରୀଙ୍କୁ ଦାୟୀ କରିଛି ବିଏମସି। ଏନେଇ ଜଣେ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ପାଇଁ କାଳ ସାଜୁଛି ମୁକୁଳା ଡ୍ରେନ୍‌। ସହରର ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା ପାଇଁ ମୃତ୍ୟୁର କରାଳ ଆଁରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ମଙ୍ଗଳବାର ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ବିଏମ୍‌ସିର ବିଫଳତା ପାଇଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାବେଳେ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜିଥିବା ମନେହେଉଛି। ଫଳରେ ଗତ ୯ବର୍ଷରେ ୮ଜଣଙ୍କ ଜୀବନ ଗଲାଣି। ଡ୍ରେନ ନିର୍ମାଣ ଠାରୁ ଆରମ୍ଭ କରି ଡ୍ରେନ ସଫା ପର୍ଯ୍ୟନ୍ତ ବିଏମ୍‌ସି ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। ମାତ୍ର ଅଧିକାଂଶ ଡ୍ରେନ ମୁକୁଳା ପଡ଼ିଥିବାବେଳେ ଆଉ କେତେକ ସ୍ଥାନରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଅପରପକ୍ଷେ ସମସ୍ତ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଏକ ରାୟରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଏମ୍‌ସି ଏହାକୁ ପାଳନ କରୁନାହିଁ। ସେହିପରି ମୁକୁଳା ଡ୍ରେନ୍‌ ଗୋଟିଏ ପରେ ଗୋଟିଏ ଜୀବନ ନେଉଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ ଚେତୁ ନାହାନ୍ତି। ବିଶେଷକରି ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା କାମ ନ ସାରିବା, ସଫା ପରେ ସମ୍ପୃକ୍ତ ଡ୍ରେନ୍‌ରେ ତୁରନ୍ତ ଘୋଡ଼ଣୀ ନ ପକାଇବା, ଅଧିକାଂଶ ଡ୍ରେନ୍‌ ମୁକୁଳା ପଡ଼ିଥିବାବେଳେ ସେଥିରେ ସ୍ଲାବ ନ ପକାଇବା କିମ୍ବା ସତର୍କତାମୂଳକ ବାଉଁଶ ବ୍ୟାରିକେଡ୍‌ ବା ସତର୍କ ସୂଚନା ଫଳକ ନ ଲଗାଇବା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟି ଚାଲିଛି।

ସହରରେ ୭୭କି.ମି.ର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଥିବାବେଳେ ୯୨୪.୨୭କି.ମି ଆଭ୍ୟନ୍ତରୀଣ ବା ଶାଖା ଡ୍ରେନ୍‌ ରହିଛି। ପ୍ରତିବର୍ଷ ନୂଆ ଡ୍ରେନ ନିର୍ମାଣ, ପୁନରୁଦ୍ଧାର ଓ ମରାମତି ବାବଦକୁ ବିଏମ୍‌ସି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏକାଧିକ ଏଜେନ୍ସି ଲଗାଇ କାମ କରାଉଛି। ଖରା କିମ୍ବା ଶୀତ ଦିନେ ଡ୍ରେନ୍‌ କାମ ନ ହୋଇ ବର୍ଷା ଆରମ୍ଭରୁ କାମ କରାଯାଉଛି। ଫଳରେ ଅଧିକାଂଶ ଅଞ୍ଚଳରେ ଅଧାପନ୍ତରିଆ ସଫେଇ କାମ ସହ ଡ୍ରେନ୍‌ ମୁକୁଳା ପକାଇ ଠିକାଦାର ଚାଲିଯାଉଛନ୍ତି। ଏପରି କି ନିର୍ମାଣ ସାମଗ୍ରୀ ଏବଂ ସଫେଇରୁ ବାହାରୁଥିବା ବର୍ଜ୍ୟ ଠିକ୍‌ ଭାବେ ଉଠାଯାଉ ନ ଥିବାରୁ ବର୍ଷା ହେଲେ ଜଳ ନିଷ୍କାସନ ବାଟ ବନ୍ଦ ହେଉଛି। ଅସରାଏ ବର୍ଷା ହେଲେ ଡ୍ରେନ୍‌, ରାସ୍ତା ସବୁ ଏକାକାର ହୋଇ ବାରମ୍ବାର ଦୁର୍ଘଟଣା ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri