ହାଇଦ୍ରାବାଦ,୧୬।୧ : ହାଇଦ୍ରାବାଦର ଅଷ୍ଟମ ନିଜାମ ନଓ୍ବାବ ମୀର ବରକତ ଅଲି ଖାନ୍ ସିଦ୍ଦିକି ମୁକରମ୍ ଜାହ ବାହାଦୁରଙ୍କର ତୁର୍କୀର ଇସ୍ତାନବୁଲରେ ଶନିବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାଇଦ୍ରାବାଦର ଶେଷ ଶାସକ ନିଜାମ ଓସ୍ମାନ ଅଲି ଖାନ୍ଙ୍କର ସେ ନାତି ଏବଂ ନାମକୁ ମାତ୍ର ନିଜାମ ଥିଲେ।
ତାଙ୍କ ଶେଷ ଇଚ୍ଛା ଅନୁଯାୟୀ ହାଇଦ୍ରାବାଦରେ ଶେଷକୃତ୍ୟ କରାଯିବ। ତାଙ୍କ ମରଶରୀର ମଙ୍ଗଳବାର ହାଇଦ୍ରାବାଦରେ ପହଞ୍ଚତ୍ବା ପରେ ଚୋମହଲ୍ଲା ପ୍ୟାଲେସକୁ ନିଆଯାଇ ଆବଶ୍ୟକ ରୀତିନୀତି ଶେଷ ହେବା ପରେ ଅସଫ୍ ଜାହି କବରସ୍ଥଳରେ କବର ଦିଆଯିବ।