ନୋବେଲ୍‌ ପୁରସ୍କାରପ୍ରାପ୍ତ ବୈଜ୍ଞାନିକଙ୍କ ପରଲୋକ

ମୁମ୍ବାଇ,୧୦।୪:ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗର୍ଡ ପାର୍ଟିକଲର ଆବିଷ୍କାର ପାଇଁ ସେ ବେଶ ଜଣାଶୁଣା, ଯାହା ବିଗ ବିଙ୍ଗ ପରେ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହେଲା ତାହା ବ୍ୟାଖ୍ୟା କରିବାରେ ସାହାଯ୍ୟ କଲା। ମୃତ୍ୟୁକୁ ନିଶ୍ଚିତ କରି ସ୍କଟଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ କହିଛି ଯେ, ସାମାନ୍ୟ ଅସୁସ୍ଥତା ସେ ଘରେ ମୃତୁବରଣ କରିଛନ୍ତି। ହିଗ୍ସ ପ୍ରାୟ ୫୦ ବର୍ଷ ଧରି ସ୍କଟିସ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ସେ ଜଣେ ମହାନ ଶିକ୍ଷକ ଥିଲେ। ସେ ଯୁବ ବୈଜ୍ଞାନିକମାନଙ୍କ ପିଢିକୁ ପ୍ରେରଣା ଦିଅନ୍ତି।

Share