ପାଟଣା,୧୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ବର୍ଷୀୟାନ ସଂଗଠକ ତଥା ଖବରଦାତା ଧୀରେନ କୁମାର ରାଉତଙ୍କର ରବିବାର ସକାଳେ ୬୨ ବର୍ଷ ବୟସରେ ପରଲୋକ ଘଟିଛି। କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଜିଲାରେ ସେ କାନ୍ଦିରି ଭାଈ ରୂପେ ବେଶ ଜଣାଶୁଣା ଥିଲେ। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇ ଗୁରୁତର ହୋଇଥିଲେ। ଫୁସପୁସ ଜନିତ ସମସ୍ୟାରେ ସେ ପୀଡିତ ଥିଲେ। କରୋନାରେ ତାଙ୍କର ଦେହାନ୍ତ ହୋଇଥିବାରୁ କରୋନା ଯୋଦ୍ଧା ଭାବେ ସରକାର ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇଦେବାକୁ ଜିଲାର ବହୁ ବିଶିଷ୍ଟ ଖବରଦାତା ଦାବି କରିଛନ୍ତି।