ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମର ଲୋକପ୍ରିୟ ଅଭିନେତାଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମ ଅଭିନେତା ମଙ୍ଗଲ ଢିଲୋନଙ୍କ ରବିବାର ସକାଳେ ଦେହାନ୍ତ ହୋଇଛି। ସେ ଗତ କିଛି ବର୍ଷ ଧରି କ୍ୟାନ୍‌ସର ରୋଗରେ ପୀଡିତ ଥିଲେ। କ୍ୟାନସରରେ ପୀଡିତ ହୋଇ ପଞ୍ଜାବର ଲୁଧିଆନା ସହରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିଛି ସମୟ ପାଇଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ଯାଇଥିଲା। କିନ୍ତୁ ରବିବାର ସକାଳେ ମଙ୍ଗଲ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ଖବରରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ବହୁ ଫ୍ୟାନ୍ସ ଏବଂ ସେଲିବ୍ରେଟ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ସେ ଲୋକପ୍ରିୟ ଫିଲ୍ମ ଖୁନ୍‌ ଭରି ମାଙ୍ଗ, ଜଖମୀ ଓରତ୍‌, ଦୟାବାନ, ଅକେଲା, ଜିଦେଂଗୀ ଏକ ଜୁଆ, ଦଲାଲ, ସାହିବାନ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

 

Share