ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ପରଲୋକ

ବାଲିକୁଦା,୨ା୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅରିଲୋ ପଞ୍ଚାୟତ ଭଗବାନ ସିଣ୍ଢୋଳ ଗଁାର ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ସୋମବାର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ ୧୦୫ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ଗତ ଏକ ସପ୍ତାହ ହେବ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ବାଲିକୁଦା ଗାନ୍ଧୀ ଭାବେ ପରିଚିତ ଦାସ ୧୯୧୭ ଜୁନ ୧୭ରେ ଭଗବାନ ସିଣ୍ଢୋଳ ଗଁାରେ ଜନ୍ମ ଗ୍ରହଣ କରିଥିଲେ। ବାପା ଘନଶ୍ୟାମ ଦାସ ଓ ମା’ ବେଲଦେଇଙ୍କ ୨ ସନ୍ତାନ ମଧ୍ୟରେ ସେ ବଡ଼ ଥିଲେ। ଗଁା ସ୍କୁଲରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଆର୍ଥତ୍କ ଅନଟନ କାରଣରୁ ପାଠପଢ଼ାରେ ଡୋରି ବାନ୍ଧି ହୋଇଯାଇଥିଲା। ଏହାପରେ ମାତ୍ର ୧୬ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଭାରତଛାଡ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିବା ବିଶ୍ୱନାଥଙ୍କ ସହଯୋଗୀମାନଙ୍କ ସହ ମିଶି କଟକରେ ବ୍ରିଟିଶ ବିରୋଧୀ ସଭା କରିଥିଲେ। ଏହି ସମୟରେ ସେ ୨ଥର କାରାବରଣ କରିଥିଲେ। ୨୦୧୨ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୁନର୍ବାର ୨୦୨୦ କ୍ରାନ୍ତିଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ବାଲିକୁଦା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଥିଲା। ବୟସ ବାର୍ଦ୍ଧକ୍ୟ ସାଜିଥିଲେ ମଧ୍ୟ ମନର ଦମ୍ଭ ତାଙ୍କୁ ବହୁ ଆଗକୁ ନେଇଥିଲା। ଅନେକ ଅନୁଷ୍ଠାନ ସହ ଜଡ଼ିତ ଥିବା ଏହି ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ କେବେ ଥକି ପଡ଼ି ନ ଥିଲେ। ତାଙ୍କ ପରଲୋକରେ ସମଗ୍ର ଜଗତ୍‌ସିଂହପୁର ଜିଲାରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ବିଶ୍ୱନାଥଙ୍କ ମୃତଦେହକୁ ପ୍ରଥମେ ଜଗତ୍‌ସିଂହପୁର ସହରସ୍ଥିତ ଅଳକାଶ୍ରମ ସ୍ମୃତି ପରିଷଦ ସ୍ବାଧୀନତା ସଂଗ୍ରାମୀ ଭବନ ଓ ପରେ ଜିଲା ପ୍ରଶାସନ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସେଠାରେ ଜିଲାପାଳ ପାରୁଲ ପଟଓ୍ବାରୀ, ଜିଲାପରିଷଦ ସଭାପତି ମନୋଜ ଭୋଇ, ଅତିରିକ୍ତ ଜିଲାପାଳ ସଚିଦାନନ୍ଦ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଜନ୍ମ ମାଟି ଭଗବାନ ସିଣ୍ଢୋଳ ଗ୍ରାମକୁ ଅଣାଯାଇ ଗଁା ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଗାଡ୍‌ ଅଫ୍‌ ଅନର ଦିଆଯାଇ ଶେଷ ସମ୍ମାନ ଜଣାଯାଇଥିଲା। ବଡ଼ ପୁଅ ରବୀନ୍ଦ୍ରଙ୍କ ଶାରୀରିକ ଅସୁସ୍ଥତା କାରଣରୁ ମଝିଆ ପୁଅ ନରେନ୍ଦ୍ର ଦାସ (ବାନା) ମୁଖାଗ୍ନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri